କରୋନାକୁ ନେଇ ହେଲ୍ଥ ଏକ୍ସପର୍ଟଙ୍କ ସହ କଥା ହେଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ହାବାର୍ଡ ୟୁନିଭର୍ସିଟିର ପବ୍ଲିକ ହେଲ୍ଥ ଏକ୍ସପର୍ଟ ପ୍ରଫେସର ଆଶିଷ ଝାଙ୍କ ସହ ଭିଡିଓ କନଫରେନ୍ସ ରେ କଥା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଦିନକୁ ଦିନ ବଢ଼ୁଥିବା କରୋନା ସଙ୍କଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ସାମାଜିକ ଦୂରତା ସହ ଘରେ ରହିବା ଉପରେ ଫୋକସ୍ ଦେଇଥିଲେ ଆଶିଷ ଝା। କରୋନା ଭ୍ୟାକ୍ସିନ୍ କେବେ ବାହାରିବ ସେ ନେଇ ଆଶିଷଙ୍କୁ ପ୍ରଶ୍ନ କରିଥିଲେ ରାହୁଲ୍। ଯବାବରେ ଆଶିଷ କହିଥିଲେ, ବିଭିନ୍ନ ଦେଶ ଭ୍ୟାକସିନ୍ ପ୍ରସ୍ତୁତ କରୁଥିବାବେଳେ ଆସନ୍ତା ବର୍ଷ ସୁଦ୍ଧା ଏଥିରେ ସଫଳତା ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। ସଫଳ ଟେଷ୍ଟିଂ ସହ ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ଏଥିରେ ସମୟ ଲାଗିବ ବୋଲି ଆଶିଷ କହିଛନ୍ତି।