ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ ରାହୁଲ ଗାନ୍ଧି: ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଲକଡାଉନ୍‌ରେ ଫସି ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ତଳେ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ରାହୁଲ ସେମାନଙ୍କ ସହ ଆଲୋଚନା କରିଥିଲେ।

ହରିୟାଣାର ଅମ୍ବାଲାରୁ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶକୁ ଚାଲି ଚାଲି ଫେରୁଥିବା ଏହି ଶ୍ରମିକଙ୍କ ସହ ରାହୁଲ ଦୀର୍ଘ ସମୟ ଧରି କରୁଥିଲେ ଆଲୋଚନା କରିବା ସମୟରେ ଶ୍ରମିକମାନେ ରାହୁଲଙ୍କ ନିକଟରେ ସେମାନଙ୍କ ଦୁଃଖଭରା କରୁଣ କାହାଣୀ ବର୍ଣ୍ଣନା କରିଥିଲେ।

4s8ni6sg

ପ୍ରବାସୀମାନେ ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ତଳ ଦେଇ ନିଜ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗହଣରେ ରାହୁଲ୍‌ ଗାନ୍ଧିଙ୍କୁ ଦେଖି ସେମାନେ ସମସ୍ତେ ଅଶ୍ଚର୍ଯ୍ୟ ହୋଇଯାଇଥିଲେ। ରାହୁଲ୍‌ଙ୍କ ଦେଖିବାମାତ୍ରେ ଶ୍ରମିକମାନେ ରାହୁଲ୍‌ଙ୍କୁ କହିଥିଲେ ଆମେ ଆପଣଙ୍କୁ ଟିଭିରେ ଦେଖିଛୁ ଆଦି ଆଖି ସାମ୍ନାରେ ଦେଖୁଛି। ଏକଥା ଶୁଣିବା ପରେ ଖୁସୀରେ ହସି ଦେଇଥିଲେ ରାହୁଲ୍। ସମସ୍ତଙ୍କୁ ସେଠାରେ ବସିବାକୁ କହିଥିଲେ। ଏହାପରେ ଏମାନେ ସମସ୍ତେ ନିଜ ନିଜ ଦୁଃଖ କହିଥିଲେ। ଏହାପରେ ରାହୁଲ୍‌ ମହିଳା ଶ୍ରମିକମାନଙ୍କର ସମସ୍ୟା କଥା ପଚାରି ବୁଝିଥିଲେ।

NBT

କିଛି ଶ୍ରମିକଙ୍କୁ ରାହୁଲ ଖାଦ୍ୟ ଓ ମାସ୍କ ବଣ୍ଟନ କରିବା ସହ ସେମାନଙ୍କୁ ଘରେ ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା ମଧ୍ୟ କରିଥିଲେ। ତେବେ ରାହୁଲ ରାସ୍ତା କଡ଼ରେ ବସି ଶ୍ରମିକଙ୍କ ସହ ଆଲୋଚନା କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

NBT

ରାହୁଲଙ୍କର ଶ୍ରମିକଙ୍କ ସହ ଏହି ସାକ୍ଷାତ୍‌କାରକୁ କେତେକ ନେତା ଓ ମନ୍ତ୍ରୀ ବ୍ୟଙ୍ଗ କରିଛନ୍ତି। ଏତେଦିନ ପରେ କାହିଁକି ପ୍ରବାସୀ ଶ୍ରମିକଙ୍କ କଥା ମନେ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଆର୍‌ କେ ସିଂହ।  ରାହୁଲ୍‌ କେବଳ ଫଟୋ ସୁଟ୍ କରିବା ପାଇଁ ଏପରି କରିଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି।

You might also like