ଆମେଥିରେ ନାମାଙ୍କନ ଦାଖଲ୍ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେରଳର ୱେୟନାଡ୍ ଆସନ ପରେ ନିଜ ନିର୍ବାଚନ ମଣ୍ଡଳୀ ଆମେଥିରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏହି ଅବସରରେ ଉଭଣୀ ତଥା ଏଆଇସିସି ସଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହ ଶୋଭାଯାତ୍ରା କରି ରାହୁଲ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

୨୦୦୪ରୁ କ୍ରାମାଗତ ୩ଥର ଅର୍ଥାତ୍ ଦୀର୍ଘ ୧୫ ବର୍ଷ ହେଲା ରାହୁଲ ଏହି ଆସନରୁ ବିଜୟୀ ହୋଇଆସୁଛନ୍ତି। ତେବେ ଏଥର ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କୁ କଡ଼ା ଟକ୍କର ଦେବେ।

୨୦୧୪ ନିର୍ବାଚନରେ ସ୍ମୃତି ରାହୁଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଥିଲେ, ତେବେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ମାତ୍ର ରାହୁଲଙ୍କ ବିଜୟ ବ୍ୟବଧାନ ମାତ୍ର ଏକ ଲକ୍ଷ ୭ ହଜାର ଭୋଟକୁ ଖସି ଆସିଥିଲା। ୨୦୧୭ରେ ଅନୁଷ୍ଠିକ ବିଧାନସଭା ନିର୍ବାଚନରେ ଏଠାକାର ୭ଟି ଆସନରୁ କେବଳ ଆମେଥି ବିଧାନସଭା ଆସନକୁ ଛାଡ଼ି କଂଗ୍ରେସ ଅନ୍ୟ ସବୁ ଆସନରେ ହାରି ଯାଇଥିଲା। ତେଣୁ ଏଥର ରାହୁଲଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ।

You might also like