ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ପାଇଁ ରାହୁଲଙ୍କ ନିବେଦନ

କେରଳର ବନ୍ୟା ପରିସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : କେରଳର ଭୟଙ୍କର ବନ୍ୟାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। କାଳବିଳମ୍ବ ନକରି ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ସେ ଦାବି କରିଛନ୍ତି।

୧୪ଟି ଜିଲ୍ଲା ମଧ୍ୟରୁ ୧୩ ଟି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଯୁଅାଡ଼େ ଦେଖିବ ଖାଲି ପାଣି ଅାଉ ପାଣି। ଅଗଷ୍ଟ ୯ ତାରିଖରୁ ଅାରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି।  ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଓ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧି।

You might also like