ସୁପ୍ରିମ୍‌କୋର୍ଟରେ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ :  ଶେଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମାନିଲେ ‘ଚୌକିଦାର ଚୋର ହେ’ ବୋଲି କହିନଥିଲେ ସୁପ୍ରିମକୋର୍ଟ। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବା ନେଇ ଅଦାଲତ ଅବମାନନା ମାମଲରେ ଦୁଃଖ ପ୍ରକାଶ କଲେ ରାହୁଲ।

ରାଜନୈତିକ ଭାବପ୍ରବଣତା ହୋଇ ନିର୍ବାଚନ ପ୍ରଚାରବେଳେ ସେ ଭୁଲ୍ କଥା କହିଥିଲେ ଓ ଏଥିପାଇଁ ସେ ଦୁଃଖିତ ବୋଲି ରାହୁଲ ତାଙ୍କ ଜବାବରେ କହିଛନ୍ତି। କିଛିଦିନ ପୂର୍ବରୁ ରାଫେଲ ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି ଚୋରି ହୋଇଥିବା ଡକ୍ୟୁମେଣ୍ଟକୁ ଗ୍ରହଣ କରିବା ଲାଗି ସୁପ୍ରିମ୍‌କୋର୍ଟ କହିଥିଲେ। ହେଲେ ତା ପୂର୍ବରୁ ଚୋରି ହୋଇଥିବା ଡକ୍ୟୁମେଣ୍ଟ ବିଚାର ପାଇଁ ଗ୍ରହଣୀୟ ନୁହଁ ବୋଲି ଦାବି କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ।

ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ପରେ ଏକ ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ‘ଚୌକିଦାର ଚୋର ହୈ’ ବୋଲି ସୁପ୍ରିମକୋର୍ଟ ପ୍ରମାଣ କରିଦେଲେ ବୋଲି କହିଥିଲେ। ଏହାପରେ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କରିଥିଲେ। ଯାହାକୁ ଗ୍ରହଣ କରି ରାହୁଲଙ୍କୁ ଜବାବ ମାଗିଥିଲେ ସର୍ବୋଚ୍ଚ  ଅଦାଲତ।

ଏପଟେ ଉତ୍ତର ପ୍ରଦେଶ ଆମେଥି ଲୋକସଭା ଆସନ ପାଇଁ ରାହୁଲଙ୍କ ନାମାଙ୍କନ ପତ୍ର ବୈଧ ଘୋଷଣା ତାଙ୍କ ପାଇଁ ଆଣି ଦେଇଛି ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯାଞ୍ଚ ବେଳେ ପ୍ରମାଣିତ ହୋଇ ନପାରିବାରୁ ନାମାଙ୍କନପତ୍ର ବୈଧ ବୋଲି କୁହାଯାଇଛି। ରାହୁଲଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଓ ନାଗରିକତ୍ୱ ନେଇ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ କରି ପ୍ରାର୍ଥିପତ୍ର ନାକଚ କରିବାକୁ ଦାବି କରିଥିଲେ ଜଣେ ସ୍ୱାଧୀନ ପ୍ରାର୍ଥୀ।

ଆଜି ଯାଞ୍ଚବେଳେ ରାହୁଲଙ୍କ ଓକିଲ କେ. ସି. କୌଶିକ କହିଛନ୍ତି ଯେ, ରାହୁଲଙ୍କ ଭାରତରେ ଜନ୍ମ ଏବଂ ତାଙ୍କ ପାଖରେ ଭାରତର ପାସପୋର୍ଟ ଓ ନାଗରିକତା ପ୍ରମାଣପତ୍ର ରହିଛି। ରାହୁଲ କେବେ ବି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିନାହାନ୍ତି ।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like