ଦଳର ମଙ୍ଗ ଧରିବାକୁ ଅନିଚ୍ଛୁକ ରାହୁଲ, ପ୍ରିୟଙ୍କା: ଗାନ୍ଧି ପରିବାର ହାତରୁ ଚାଲିଯିବ କି ଅଧ୍ୟକ୍ଷ ପଦ ?

ନୂଆଦିଲ୍ଲୀ: ବଦଳିବେ କି କଂଗ୍ରେସ ମଙ୍ଗୁଆଳ ପଦବୀ ? ପଦବୀ ଛାଡ଼ିବେ କି ସୋନିଆ ଗାନ୍ଧି ? ଏଭଳି କିଛି କଳ୍ପନାଜଳ୍ପନା ଓ ପ୍ରଶ୍ନ ଜୋର ଧରିଛି ସାରା ଦେଶରେ।  ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ପଦକୁ ଛାଡ଼ିବା ପାଇଁ ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। କଂଗ୍ରେସର ୨୦ରୁ ଅଧିକ ବରିଷ୍ଠ ନେତାଙ୍କ ଚିଠି ପରେ ଏନେଇ ଚର୍ଚ୍ଚା ଜୋର ଧରିଛି।

କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ସହ ଦଳରେ କାର୍ଯ୍ୟ ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍, ଶଶି ଥରୁର୍, ପୃଥ୍ବୀରାଜ ଚୌହାନ୍ ଭଳି ନେତା ସୋନିଆଙ୍କୁ ଚିିଠି ଲେଖିଛନ୍ତି। ଆଉ ଏହା ପରେ ପଦବୀ ଛାଡ଼ିବାକୁ ସୋନିଆ ଚାହିଁଥିବା ଚର୍ଚ୍ଚା ହେଉଛି।

ଏନେଇ ଆଜି ବସୁଛି ଦଳର CWC ବୈଠକ। ଏହି ଟପ୍ ବୈଠକରେ ସୋନିଆଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧିଙ୍କ ସମେତ ଦଳର ବରିଷ୍ଠ ପଦାଧିକାରୀ ଯୋଗ ଦେବେ ବୋଲି କୁହାଯାଉଛି। ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସୋନିଆ।

ଏହାପୂର୍ବରୁ ଗୋଟିଏ ଗୋଷ୍ଠୀ ସୋନିଆଙ୍କ ସମର୍ଥନରେ ବାହାରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଭେଲ୍, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସୋନିଆଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷା ପଦବୀରେ ଦେଖିବାକୁ ଚାହୁଁଥିବା ଟ୍ୱିଟ୍ କରି କହିଛନ୍ତି। ସେହିପରି ମହାରାଷ୍ଟ୍ର ସମେତ ଅନ୍ୟ କିଛି ପିସିସି ଓ ଦଳର ଅନୁସୂଚିତ ଜାତି କମିଟି ସୋନିଆଙ୍କ ସମର୍ଥନରେ ବାହାରିଛନ୍ତି।
ତେବେ ସୋନିଆ ପଦ ଛାଡ଼ିବେ ତେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଲାଣି। ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଉ ଦଳର ମଙ୍ଗ ଧରିବେନି ବୋଲି ଚର୍ଚ୍ଚା ହେଉଛି। ରାହୁଲ ନିଜ ଆଡ଼ୁ ଏନେଇ ସ୍ପଷ୍ଟ କରିଥିବା କୁହାଯାଉଛି। ସଂଗଂଠନ ମଜବୁତ କରିବା ନେଇ ଇଚ୍ଛୁକ ଥିବା ସେ କହିଛନ୍ତି।

ତେବେ ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ କରିବା ନେଇ ଗୋଟିଏ ଗୋଷ୍ଠୀ ଲବି ଚଲାଇଥିବା ଜଣାପଡ଼ିଛି। ସେପଟେ ଭଉଣୀ ପ୍ରିୟଙ୍କା ଗାନ୍ଧି ବି ସାଧାରଣ ସମ୍ପାଦକ ଭାବେ ହିଁ କାର୍ଯ୍ୟ ଜାରି ରଖିବେ ବୋଲି ଚର୍ଚ୍ଚା ହେଉଛି। ଯଦି ରାହୁଲ କିମ୍ବା ପ୍ରିୟଙ୍କା ଦଳର ସୁପ୍ରିମ ପଦବୀ ନ ଆପଣାନ୍ତି ତେବେ କଂଗ୍ରେସରେ ଅଣ ଗାନ୍ଧି ପରିବାରର କାହାକୁ ଦାୟିତ୍ୱ ମିଳିପାରେ।

୧୯୯୬ରେ ଶେଷ ଥର ପାଇଁ କଂଗ୍ରେସରେ ଅଣ ଗାନ୍ଧି ଭାବେ ସୀତାରାମ କେଶରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ୧୯୯୮ରୁ ୨୦୧୭ ଯାଏ, ୧୯ ବର୍ଷ ଯାଏ ଦଳର ଅଧ୍ୟକ୍ଷା ଥିଲେ ସୋନିଆ। ୨୦୧୭ରେ ପୁଅ ରାହୁଲ ଗାନ୍ଧି ଦାୟିତ୍ୱ ନେଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦବୀରୁ ଇସ୍ତଫା ଦେବା ପରଠୁ ଅନ୍ତରୀଣ ଦାୟିତ୍ୱ ସମ୍ଭାଳୁଛନ୍ତି ସୋନିଆ।

ଆହୁରି ପଢ଼ନ୍ତୁ

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

You might also like