ପରଲୋକରେ ପ୍ରସିଦ୍ଧ ଲେଖକ ଓ ଗୀତିକାର ରାହତ ଇନ୍ଦୋରୀ

ନୂଆଦିଲ୍ଲୀ:  ପ୍ରସିଦ୍ଧ କବି ଓ ଲିରିସିଷ୍ଟ ରାହତ ଇନ୍ଦୋରିଙ୍କ ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଛି। ସେ ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଅରବିନ୍ଦୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ  ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

Renowned poet Rahat Indori admitted to hospital after testing ...

ରାହତ ଇନ୍ଦୋରୀ କରୋନା ପଜିଟିଭ୍‌ ହେବା ନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ କହିଥିଲେ, କରୋନା ଲକ୍ଷଣ ଦେଖା ଦେବା ପରେ ମୁଁ ଗତକାଲି ଟେଷ୍ଟ କରାଇଥିଲି। ଏହାର ରିପୋର୍ଟ ପଜିଟିଭ୍ ଆସିଛି। ଆପଣ ପ୍ରଥନା କରନ୍ତୁ ଯେ ମୁଁ ଯେତେ ଶୀଘ୍ର ପାରେ କରୋନାକୁ ହରାଇ ଦିଏ। ମୋର ଆଉ ଏକ ଅନୁରୋଧ ଯେ ମୋତ କଲ୍‌ କିମ୍ବା ମୋ ପରିବାରକୁ କଲ୍‌ କରିବେ ନାହିଁ। ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ଫେସ୍‌ବୁକ ଓ ଟ୍ୱିଟର ଦ୍ୱାରା ଆପଣଙ୍କୁ  ଜଣାଇ ଦିଆଯିବ ବୋଲ ରାହତ ଇନ୍ଦୋରୀ ଟ୍ୱିଟ କରିଥିଲେ।

ବଲିଉଡ୍‌ରେ ଅନେକ ଗୀତ ଲେଖିଛନ୍ତି ରାହତ ଇନ୍ଦୋରୀ। ସେଗୁଡ଼ିକ ମଧ୍ୟରେ ମୁନ୍ନା ଭାଇ ଏମ୍‌ବିବିଏସ୍‌ର ଟାଇଟଲ୍ ଟ୍ରାକ୍, ଇସ୍କ ଫିଲ୍ମରେ ନୀନ୍ଦ ଚୁରାୟା ମେରୀ ଓ ମର୍ଡର ଫିଲ୍ମର  ଦିଲ୍‌ କୋ ହଜାର ବାର ଆଦି ଗୀତ ଅନ୍ୟତମ‌। ରାହତ ଗୀତ ଲେଖିବା ସହିତ ଅନେକ ବହି ମଧ୍ୟ ଲେଖିଛନ୍ତି।

rahat indori Images manish - ShareChat - भारत का अपना ...

You might also like