ଭାରତୀୟ ବାୟୁ ସୀମାରେ ଉଡ଼ିଲା ‘ରାଫେଲ୍‌’

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ଉଡ଼ିଲା ଫାଇଟର ଜେଟ୍ ‘ରାଫେଲ୍’। ୟୁଏଇରୁ ଉଡାଣ ଭରି ଭାରତୀୟ ବାୟୁ ସୀମାରେ ଆଜି ଅପରାହ୍ଣରେ ପହଞ୍ଚିଛି ‘ରାଫେଲ୍’।

ବାୟୁ ସୀମାରେ ପହଞ୍ଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲ୍‌ଟା-୬୩ ସ୍ୱାଗତ କରିଛି। ସୁରକ୍ଷିତ ଅବତରଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଗର୍ବର ସହ ଆକାଶକୁ ଛୁଇଁଯାଅ କହିଲା ଡେଲ୍‌ଟା-୬୩। ଆଉ କିଛି ସମୟ ପରେ ହରିଆଣା ଅମ୍ବାଲା ଏୟାର ବେସ୍‌ରେ ପହଞ୍ଚିବ ୫ଟି ଫାଇଟର ଜେଟ୍ ‘ରାଫେଲ୍’।

ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ବେଳେ ରାଫେଲ ଭାରତ ଆସିବା ଘଟଣା ବାୟୁସେନାର ମନୋବଳକୁ ବୃଦ୍ଧି କରିବ।

ଦୂରରେ ଥାଇ ଆକ୍ରମଣ କରିବା କ୍ଷେତ୍ରରେ ରାଫେଲ ବେଶ୍ ଧୂରନ୍ଧର। ଏଥିରେ ରହିଛି ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା SCALP କ୍ଷେପଣାସ୍ତ୍ର ଯାହାକି ୩୦୦ କିଲୋମିଟର ଦୂରରୁ ଲକ୍ଷ୍ୟକ୍ଷେଦ କରିପାରିବ। ଫଳରେ ବାଲାକୋଟ ଭଳି ଅପରେସନ ପାଇଁ ଆଉ ସେନାକୁ ସୀମା ଅତିକ୍ରମ କରିବାରୁ ପଡିବ ନାହିଁ।

You might also like