ଫ୍ରାନ୍‌ସରେ ରାଫେଲ ଝଡ଼

ନୂଆଦିଲ୍ଲୀ : ଥମିବାର ନାଁ ନେଉନି ରାଫେଲ ଝଡ଼। ଫ୍ରାନ୍‌ସ ଗଣମାଧ୍ୟମରେ ଏକ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଜୋର ଧରିଛି ବିବାଦ। ରିଲାନ୍ସ ଡିଫେନ୍ସକୁ ପାର୍ଟନର କରିବା ଲାଗି ଜେଟ୍ ନିର୍ମାତା ଦାସୋକୁ ବାଧ୍ୟ କରାଯାଇଥିଲା ବୋଲି ଦାବି କରିଛି ଅନୁସନ୍ଧାନ ମୂଳକ ପତ୍ରିକା ‘ମିଡିଅା ପାର୍ଟ’।

ଦାସୋ କର୍ତ୍ତୃପକ୍ଷଙ୍କ ଉକ୍ତିକୁ ଅାଧାର କରି ‘ମିଡିଅା ପାର୍ଟ’ ଏହି ରିପୋର୍ଟ ଛାପିଥିବା କହିଛି । ପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସୁଁଅା ଓଲାନ୍ଦ୍ ବି ସମାନ ମତ ରଖିଥିଲେ । ତେବେ ଦାସୋ ଏଭିଏସନ  ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ଦେଇଛି। ରିଲାଏନ୍ସ ଡିଫେନ୍ସକୁ ପାର୍ଟନର କରିବା ନେଇ କାହାର ଚାପ ପଡ଼ିନଥିଲା ଓ ଏହାର ସଂପୂର୍ଣ୍ଣ ଭାବେ କମ୍ପାନିର ନିଜସ୍ୱ ନିଷ୍ପତ୍ତି ବୋଲି କୁହାଯାଇଛି।

ସେପଟେ ଫ୍ରାନ୍ସ ଗଣମାଧ୍ୟମର ରାଫେଲ ଡିଲ୍‌କୁ ନେଇ ନୂଅା ଖୁଲାସା ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଫେଲ୍ ଚୁକ୍ତିରେ ବଡ ଧରଣର ଘୋଟାଲା ହୋଇଥିବା ସେ ଅଭିଯୋଗ ଅାଣିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଙ୍ଗିତରେ ଏସବୁ ହୋଇଥିବା ରାହୁଲ କହିଛନ୍ତି। କିଛି ଦିନ ତଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହଠାତ୍ କଣ ପାଇଁ ଫ୍ରାନ୍ସ ଗସ୍ତ କରିଥିଲେ ବୋଲି ମଧ୍ୟ ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ରାହୁଲ।

ସେପଟେ ରାଫେଲ ଡିଲ୍ ବୁଝାମଣା ନେଇ କଣ ରହିଥିଲା ନିଷ୍ପତ୍ତି ନେବାର ପ୍ରକ୍ରିୟା ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମ୍‌କୋର୍ଟ। ଏନେଇ ଗତକାଲି କୋର୍ଟ କେନ୍ଦ୍ର ସରକାରଙ୍କୁ ଲିଖିତ ଉତ୍ତର ମାଗିଥିଲେ।

You might also like