ରାଫେଲ୍ ଡିଲ୍‌କୁ ନେଇ ଥମୁନି ବିବାଦ

ରାହୁଲ୍ ଓ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଜେଟ୍‌ଲୀଙ୍କ ଅଭିଯୋଗ

ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁ୍ଦ୍ଧ ବିମାନ ରାଫେଲକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନକୋଇ ଓଲାନ୍ଦେଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି।

ଉଭୟ ଫ୍ରାନ୍ସ ଓ ଭାରତର ବିରୋଧୀଦଳ ରାଫେଲ ଡିଲକୁ ନେଇ ସମାନ ତଥ୍ୟ ରଖୁଛନ୍ତି।  ସେପ୍ଟେମ୍ୱର ୨୧ରେ ରାଫେଲର ପାର୍ଟନର ହେବା ପାଇଁ ରିଲାଏନସର ନାମକୁ ଭାରତ ସରକାର ସୁପାରିଶ କରିଥିବା ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ସୂଚନା ଦେଇଥିଲେ । ଏହା ପୂର୍ବରୁ ଅଗଷ୍ଟ ୩୦ରେ କିଛି ସପ୍ତାହ ମଧ୍ୟରେ  ଫ୍ରାନ୍ସରୁ ଅନିଲଙ୍କ ପାଇଁ ବଡ ସମସ୍ୟା ଅାସିବ ବୋଲି ରାହୁଲ ଟ୍ୱିଟ୍ ଜରିଅାରେ ମୋଦିଙ୍କୁ ଚେତେଇ ଦେଇଥିଲେ। ତେଣୁ ସେମାନଙ୍କ ତଥ୍ୟକୁ ଏକ ସଂଯୋଗ ବୋଲି କୁହାଯାଇ ପାରିବ ନାହିଁ ବୋଲି ଜେଟଲି କହିଛନ୍ତି ।

ଯଦିଓ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ତଥାପି ସେମାନଙ୍କ ଯୁଗଳବନ୍ଦୀଙ୍କୁ ନେଇ ପ୍ରଶ୍ନ ଉଠୁଛି ବୋଲି ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି। ସେପଟେ ଜେଟଲୀଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ବିଜେପି ଜାଣିଶୁଣି ରାଫେଲ୍ ସମ୍ପର୍କରେ ବିବରଣୀ ନରଖି ରାହୁଲଙ୍କୁ ଟାଗେର୍ଟ କରୁଥିବା ଦଳ ପକ୍ଷରୁ କୁହାଯାଇଛି।

You might also like