ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ
୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ
ନୂଆଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପେସର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ତୃତୀୟ ଟେଷ୍ଟର ତୃତୀୟ ଦିନରେ ସିରାଜ ଫିଲ୍ଡିଂ କରୁଥିବା ବେଳେ ଦର୍ଶକ ଗ୍ୟାଲେରିରୁ କିଛି ଅଷ୍ଟ୍ରେଲୀୟ ସମର୍ଥକ ତାଙ୍କୁ ଜାତିଗତ ଆକ୍ଷେପ କରିଥିଲେ। ତେବେ ଏ ସମ୍ପର୍କରେ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରାଯାଇଛି।
#ସିଡ଼ନୀ_ଟେଷ୍ଟରେ_ଜାତିଗତ_ଆକ୍ଷେପ!
ଭାରତୀୟ ବୋଲରଙ୍କୁ ଜାତିଗତ ଆକ୍ଷେପ ନେଇ ଆସିଲା ଅଭିଯୋଗ#India pic.twitter.com/FZ3KnGtE2c— ଓଟିଭି (@otvkhabar) January 10, 2021
ଅଭିଯୋଗରେ ଦର୍ଶାଯାଇଛି ଯେ, SCGରେ ବସି କିଛି ଦର୍ଶକ ମଦ ପିଇବା ସହ ସିରାଜଙ୍କୁ ଏବଂ ତାଙ୍କ ଜାତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହା ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଇଥିଲ॥ ତୃତୀୟ ଦିବସରେ ଶେଷ ସେସନରେ ସିରାଜ ଫାଇନ ଲେଗ୍ ବାଉଣ୍ଡରୀରେ ଫିଲ୍ଡିଂ କରୁଥିବା ବେଳେ ଏଭଳି ଘଟିଥିବା ଜଣାପଡ଼ିଥିଲା। ସେପଟେ ଟିମ ଇଣ୍ଡିଆର ଅନ୍ୟତମ ବୋଲର ଜସପ୍ରୀତ ବୁମରାଙ୍କୁ ମଧ୍ୟ ଫିଲଡିଂ କଲାବେଳେ କିଛି ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଧିନାୟକ ଆଜିଙ୍କ୍ୟ ରାହାଣେ ତୁରନ୍ତ ଫିଲ୍ଡ ଅମ୍ପାୟାରଙ୍କ ଆଗରେ ବିଧିବଦ୍ଧ ଅଭିଯୋଗ କରିଥିଲେ ।