ଅନ୍ତିମ ବିଦାୟୀ ନେଲେ ବ୍ରିଟେନର ରାଜା

ସ୍ୱାମୀଙ୍କୁ ବିଦାୟ ଦେଲେ ରାଣୀ

ନୂଆଦିଲ୍ଲୀ:  ବ୍ରିଟେନର ରାଜା ଫିଲ୍ପପଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଛି। ସେଣ୍ଟ ଜର୍ଜ ଚାପେଲରେ ତାଙ୍କ ମରଶରୀର ସମାଧୀ ହୋଇଛି। ରାଜ ପରିବାରର ଅନ୍ୟ ୨୪ ସଦସ୍ୟଙ୍କ କବର ନିକଟରେ ଫିଲିପଙ୍କୁ ସମାଧିସ୍ଥ କରାଯାଇଛି। ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଫିଲିପଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପ୍ରିନ୍ସ ଚାର୍ଲସ ଓ ତାଙ୍କର ଦୁଇ ପୁଅ ପ୍ରିନ୍ସ ଓ୍ୱିଲିୟମ୍ ଓ ହ୍ୟାରୀ ଅନ୍ତେଷ୍ଟୀରେ ସାମିଲ ହୋଇଥିଲେ। ଗତ ୯ ତାରିଖରେ ୯୯ ବର୍ଷ ବୟସରେ କିଙ୍ଗ ଫିଲିପଙ୍କ ଦେହାନ୍ତ ହୋଇଥିଲା।

ଅନ୍ତିମ ଯାତ୍ରାରେ ବ୍ରିଟେନର କିଙ୍ଗ ଫିଲିପ୍ ମରଶରୀର ଥିବା କଫିନଙ୍କୁ ସସମ୍ମାନେ ବୋହି ନେଇଥିଲେ ରୟାଲ ଗାର୍ଡସ। ପଛେ ପଛେ ରାଜ ପରିବାର ସଦସ୍ୟ ବି ଯାଇଥିଲେ। ସେଣ୍ଟ ଜର୍ଜ ଚାପେଲରେ ମରଶରୀର ପହଞ୍ଚିବା ପରେ ଦିଆଯାଇଥିଲା ତୋପ ସଲାମୀ। ଆଉ ତା ସହିତ ବାଜି ଉଠିଥିଲା ବୀର ବାଦ୍ୟ। ରାଣୀ ଏଲିଜାବେଥଙ୍କୁ ଦୀର୍ଘ ୭୩ ବର୍ଷ ପରେ ଏକୁଟିଆ ଦେଖିବାକୁ ମିଳିଥିଲା। ଚର୍ଚ୍ଚ ଭିତରେ ଅନ୍ତିମ ସଂସ୍କାର ନୀତି ଚାଲିଥିବା ବେଳେ ରାଣୀ ଏକାନ୍ତରେ ଠିଆ ହେବା ସହ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ଓ୍ୱିଣ୍ଟସର କ୍ୟାସେଲର ମୁଖ୍ୟ ଡେଭିଡ୍ କର୍ଣ୍ଣର ଓ କ୍ୟାଣ୍ଟେନବରି ଚର୍ଚ୍ଚର ଆର୍ଚ ବିସପ୍ ଜଷ୍ଟି ୱେଲବି କିଙ୍ଗ ଫିଲିପ୍ସଙ୍କ ସାହସ, କର୍ତ୍ତବ୍ୟନିଷ୍ଠ ଏବଂ ବ୍ରିଟିଶ ସେନା ଓ ରାଜ ପରିବାର ପ୍ରତି ତାଙ୍କ ଅବଦାନର ସ୍ମୃତିଚାରଣ କରିବା ସହ ରୀତି ଅନୁଯାୟୀ ପ୍ରାର୍ଥନା ଅର୍ପଣ କରିଥିଲେ।

ଫିଲିପ୍ସଙ୍କୁ କବର ଦିଆଯିବା ପୂର୍ବରୁ ରାଣୀ ଏଲିଜାବେଥଙ୍କୁ ଚର୍ଚ୍ଚରୁ ରାଜପ୍ରସାଦ ନିଆଯାଇଥିଲା। ତେବେ ରାଜ ପରିବାର ସଦସ୍ୟ ଚାଲିଚାଲି କବର ସ୍ଥାନରେ ପହଞ୍ଚିଥିଲେ। ୨୪ ଜଣ ରାଜ ପରିବାର ସଦସ୍ୟଙ୍କ କବର ଥିବା ସ୍ଥାନରେ ରାଜା ଫିଲିପଙ୍କୁ ସମାଧି ଦିଆଯାଇଛି। ତେବେ ଏହା ତାଙ୍କ ସ୍ଥାୟୀ କବର ନୁହେଁ ରାଣୀ ଏଲିଜାବେଥଙ୍କ ମୃତ୍ୟ ପରେ ଉଭୟଙ୍କୁ ଓ୍ୱିଣ୍ଟସର କ୍ୟାସେଲ ନିକଟ ଫ୍ରଗମୋର ଇଷ୍ଟେଟରେ ସମାଧି ଦିଆଯିବ ବୋଲି ସୂଚନା ମିଳିଛି।

ଏପଟେ କିଙ୍ଗ ଫିଲିପଙ୍କୁ ମୃତ୍ୟୁ ସହ ବ୍ରିଟିଶ ରାଜ ପରିବାରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ପରିସମାପ୍ତି ଘଟିଛି। ସେହିପରି ୭୩ ବର୍ଷ ଦୀର୍ଘ ଏକ ରାଜକୀୟ ପ୍ରେମ କାହାଣୀର ବି ଯବନିକା ପଡିଛି। ୧୯୪୭ ମସିହାରେ ରାଣୀ ଏଲିଜାବେଥ ଦ୍ୱିତୀଙ୍କ ସହ କିଙ୍ଗ ଫିଲିପଙ୍କ ପ୍ରେମ ବିବାହ ହୋଇଥିଲା। ଗ୍ରୀସ ଓ ଡେନମାର୍କ ରାଜ ପରିବାର ବଂଶୋଦ୍ଭବ ଫିଲିପ୍ ମାତ୍ର ୧୮ ବର୍ଷ ବୟସରେ ୧୯୩୯ ମସିହାରେ ବ୍ରିଟିଶ ନୌସେନାରେ ଯୋଗ ଦେଇଥିଲେ। ତେବେ ସେଇ ବର୍ଷ ହିଁ ସେ ୧୩ ବର୍ଷୀୟା ରାଜ କୁମାରୀ ରାଣୀ ଏଲେଜିବେଥଙ୍କ ପ୍ରେମରେ ପଡିଯାଇଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫିଲିପ ବ୍ରିଟିଶ ନୌସେନା ପାଇଁ ଲଢି ଅସୀମ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରିଥିଲେ। ଯୁଦ୍ଧ ସରିବା ପରେ ବ୍ରିଟେନର ରାଜା ତଥା ଏଲିଜାବେଥଙ୍କ ବାପା କିଙ୍ଗ ଜର୍ଜ-ଭି ଫିଲିପଙ୍କ ସହ ଝିଅର ବାହାଘର କରିବାକୁ ରାଜି ହୋଇଥିଲେ। ସେବେଠାରୁ ଦୀର୍ଘ ୭୩ ବର୍ଷ ହେଲା ଉଭୟ ମଧୁର ଦାମ୍ପତ୍ୟଜୀବନ ବିତାଇ ଆସୁଥିଲେ। ଆଉ ମାତ୍ର ଦୁଇ ମାସ ବଞ୍ଚିଥିଲେ କିଙ୍ଗ ଫିଲିପ୍ ଶହେତମ ଜନ୍ମ ଦିନ ପାଳନ ହୋଇଥାଆନ୍ତା ବୋଲି ସୂଚନା ମିଳିଛି।

You might also like