ସୁଲେମାନୀଙ୍କୁ କାହିଁକି ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ? ଉତ୍ତର ରଖିଲେ ଟ୍ରମ୍ପ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନ୍‌ର କୁଦ୍ଦସ ଫୋର୍ସର ଜେନେରାଲ କାସିମ ସୁଲେମାନୀଙ୍କୁ କାହିଁକି ହତ୍ୟା କଲେ ? ଏହାର ଉତ୍ତର ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଏକ ସମାବେଶରେ ସମ୍ବୋଧନ କରି କହିଛନ୍ତି, ଇରାନର ଟପ୍‌ ଜେନେରାଲ ଆମେରିକା ବିରୋଧରେ ଅନେକ ଖରାପ କଥା କହୁଥିଲେ। ଆମେରିକା ବିରୋଧରେ ଷଡଯନ୍ତ୍ର କରୁଥିଲେ। ତାଙ୍କୁ ଆଉ କେତେ ବରଦାସ୍ତ କରିଥାନ୍ତୁ ? ସେଥିପାଇଁ ତାଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଦିଆଗଲା।

ଟ୍ରମ୍ପ କହିଥିଲେ, ସେ ହ୍ୱଇଟ ହାଉସ୍‌ ସିଚୁଏସନ ରୁମ୍‌ରୁ ସୁଲେମାନୀ ଉପରେ ଆକ୍ରମଣର ଦୃଶ୍ୟ ଦେଖୁଥିଲେ। ଟ୍ରମ୍ପ ସେହି ମୁହୂର୍ତ୍ତର ଘଟଣାକୁ ବର୍ଣ୍ଣନା କରି ମୃତ୍ୟୁ ପୂର୍ବରୁ କିପରି ସୈନ୍ୟମାନେ ତାଙ୍କ ସହ ଯୋଗାଯୋଗରେ ଥିଲେ ତାହାର ବର୍ଣ୍ଣନା କରିଥିଲେ। ସୁଲେମାନୀଙ୍କୁ ହତ୍ୟା କରିବା ପୂର୍ବରୁ ସେନା ତାଙ୍କୁ ସୂଚନା ଦେଇଥିଲେ, ‘ସାର୍‌, ସେମାନଙ୍କ ପାଖରେ ବର୍ତ୍ତମାନ ୨ ମିନିଟ୍‌ ୧୧ ସେକେଣ୍ଡ ସମୟ ବଞ୍ଚିଛି। ସେନାମାନେ ମିନିଟ୍‌, ସେକେଣ୍ଡ ଗଣୁଥିବା ବେଳେ ସମୟ ଶେଷ ହୋଇ ଯାଇଥିଲା । ଟ୍ରମ୍ପ କହିଥିଲେ ତାପରେ ଧଡ଼ାସ୍‌ ଶବ୍ଦ ହୋଇଥିଲା।

ସେମାନେଙ୍କ ଜୀବନ ଦୀପ ଲିଭି ଗଲା ସାର୍‌। ଏହା ପରେ ଫୋନ କଟି ଯାଇଥିଲା। ଏହାପରେ ମୁଁ ପଚାରି ଥିଲି ଯେ କୁଆଡ଼େ ଗଲେ କାର ଭିତରେ ଥିବା ସୁଲେମାନୀ ଓ ତା’ର ସହଯୋଗୀ। ମୋର ଏହି କଥା ପରେ ଫୋନ ଲାଇନ କଟି ଯାଇଥିଲା।” ପ୍ରଥମଥର ପାଇଁ ସୁଲେମାନୀଙ୍କୁ ହତ୍ୟା କରାଯିବା ସମ୍ପର୍କରେ ଟ୍ରମ୍ପ ମିନିଟ୍ ଟୁ ମିନିଟ୍ ତଥ୍ୟ ଦେଇଛନ୍ତି।

ଶୁକ୍ରବାର ଟ୍ରମ୍ପ ଇରାନର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲୀ ଖାମେନିଙ୍କୁ ଧମକ ଦେଇଥିଲେ। ସେ କହିଥିଲେ, “ଖାମେନି ମନ୍ତବ୍ୟ ଦେବା ବେଳେ ଠିକ ଶବ୍ଦ ପ୍ରୟୋଗ କରନ୍ତୁ। ନଚେତ ଏହାର ପରିଣାମ ଭୟଙ୍କର ହେବ।” ସୁଲେମାନୀଙ୍କ ମୃତ୍ୟୁ ପରେ ଏହାର ବଦଲା ଆମେରିକା ଉପରେ ନେବାକୁ ଇରାନ ପଣ କରିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଟକରା ଟକ୍କରରି ଜାରି ରହିଛି।

 

You might also like