ଆନ୍ଦୋଳନ ସମୟରେ ଚାଲିଗଲା ଚାଷୀଙ୍କ ଜୀବନ

ପୁଣି ଜଣେ ଚାଷୀଙ୍କ ଗଲା ପ୍ରାଣ

ନୂଆଦିଲ୍ଲୀ : ଦେଶରେ ଥମିବାରେ ନା ନେଉ ନାହିଁ ଚାଷୀ ଆନ୍ଦୋଳନ । ଲଗାତାର ଭାବରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତ କାକରକୁ ଖାତର ନକରି ରାଜରାସ୍ତାରେ ସେମିତି ଅଖିଆ ଓ ଅପିଆ ବସିଛନ୍ତି ଚାଷୀ । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ତେବେ ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁସାରେ ଆନ୍ଦୋଳନରତ ଜଣେ ଚାଷୀ ନିଜର ଜୀବନ ହାରିଛନ୍ତି । ସିନ୍ଧୁ ବର୍ଡରରେ ଆନ୍ଦୋଳନ ଚାଲିଥିବା ବେଳେ ତାଙ୍କର ଜୀବନ ଯାଇଥିବା ଜଣାଯାଇଛି ।

କେବଳ ଏହି ଜଣକ ଚାଷୀ ନୁହେଁ ବରଂ ଏହାପୂର୍ବରୁ ଜଣେ ଚାଷୀ ମଧ୍ୟ ପ୍ରାଣ ତ୍ୟାଗ କରିଥିଲେ । ଶୀତକାକରରେ ଆନ୍ଦୋଳନ କରୁଥିବାରୁ ଅନେକଙ୍କ ସ୍ୱାସ୍ଥ୍ୟରେ ଅବନତି ହୋଇଛି । ଯେଉଁମାନଙ୍କୁ ପ୍ରଶାସନ ପକ୍ଷରୁ ମେଡିକାଲରେ ଭର୍ତି କରାଯାଇଛି । ପ୍ରାଣ ହରାଇଥିବା ଚାଷୀଙ୍କ ବୟସ ମାତ୍ର  ୨୩ ବର୍ଷ ବୋଲି ଜଣାଯାଇଛି । ଘରର ଏକ ମାତ୍ର ପୁଅର ଜୀବନ ଯାଇଥିବାରୁ କେମିତି ପରିବାର ଚଳିବ ସେନେଇ ଚିନ୍ତାରେ ତାଙ୍କ ପରିବାର ।

You might also like