୧୦୦ ଟଙ୍କାର ଲଟେରୀ ଟିକେଟ କାଟି କୋଟିପତି ହେଲେ ଗୃହିଣୀ

ଅମୃତସର: ଗୋଟିଏ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଜଣେ ଗରିବ ପରିବାର ରାତାରାତି କୋଟିପତି ହୋଇଗଲେ। କଟାଟା ଶୁଣିବା ପରେ ଯେକେହି ବି ଚକିତ ହୋଇଯିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ। ଜଣେ ଗୃହିଣୀ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ରାତାରାତି ଧନର ପାହାଡ଼ ଉପରେ ଠିଆ ହୋଇଛନ୍ତି। ହଜାରେ କି ଲକ୍ଷେ ଟଙ୍କା ନୁହେଁ କୋଟିଏ ଟଙ୍କା ସେ ହାସଲ କରିଛନ୍ତି।

୧୦୦ ଟଙ୍କାର ଲଟେରୀ ଟିକେଟ୍ କାଟି ମହିଳା ୧ କୋଟି ଟଙ୍କାର ପ୍ରଥମ ପୁରସ୍କାର ବିଜୟୀ ହୋଇଛନ୍ତି। ମହିଳା ଜଣଙ୍କ ଅମୃତସରର ବୋଲି ଜଣାପଡ଼ିଛି। ତାଙ୍କ ନାମ ରେଣୁ ଚୌହ୍ୱାନ। ସେ ଜଣେ ଗୃହିଣୀ। ତାଙ୍କ ସ୍ୱାମୀ ଅମୃତସରର ଜଣେ ଲୁଗା ଦୋକାନୀ।

ପଞ୍ଜାବର ଲଟେରୀ ଡିପାର୍ଟମେଣ୍ଟ କହିଛି ଯେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ଲଟେରୀ ଫଳାଫଳ ସରକାର ଘୋଷଣା କରିଛନ୍ତି।ଗୁରୁବାର ରାଜ୍ୟ ସରକାର କହିଛନ୍ତି, ଭାଗ୍ୟଶାଳୀ ବିଜେତା ରେଣୁ ଚୌହାନ ଟିକେଟ୍ ଦାଖଲ କରିଛନ୍ତି ଏବଂ ତାଙ୍କ ପୁରସ୍କାର ପାଇବା ପାଇଁ ରାଜ୍ୟ ଲଟେରୀ ବିଭାଗ ପାଖରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛନ୍ତି।

ମହିଳା ଜଣଙ୍କ କହିଛନ୍ତି ସେ ଲଟେରୀରେ ଯେଉଁ ପଇସା ପାଇଁ ଦାବିଦାର ହୋଇଛନ୍ତି ସେଥିପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ। ଏଭଳି ଲଟେରୀ ଜଣେ ମଧ୍ୟବିତ୍ତ ପରିବାର ପାଇଁ ବହୁତ କିଛି ବୋଲି ସେ କହିଛନ୍ତି। ତାଙ୍କ ପରିବାର ସୁରୁଖୁରରେ ଚାଲିବା ପାଇଁ ଏହି ଟଙ୍କା ସାହାଯ୍ୟ କରିବ ବୋଲି ଗୃହିଣୀ ଜଣଙ୍କ କହିଛନ୍ତି। ପଞ୍ଜାବର ଲଟେରୀ ଡିପାର୍ଟମେଣ୍ଟ କହିଛି ଯେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ଲଟେରୀ ଫଳାଫଳ ସରକାର ଘୋଷଣା କରିଛନ୍ତି।

ହଁ ଏହା ସତ ଯେ ରେଣୁ ତାଙ୍କ ପରିବାର ପାଇଁ ଜଣେ ଭାଗ୍ୟବାନ ଓ ଲକ୍ଷ୍ମୀବନ୍ତ ମହିଳା ଭାବେ ଉଭା ହୋଇଛନ୍ତି।  କୋଟିଏ ଟଙ୍କା ରେଣୁଙ୍କ ଭାଗ୍ୟ  ନିଶ୍ଚିତ ଖୋଲିଦେବ।

You might also like