ବାଣ କାରଖାନାରେ ବିସ୍ଫୋରଣ, ୧୧ ମୃତ

ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ମଧ୍ୟ ସୂଚନା ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ପୋରଣର ଶବ୍ଦ ଏତେ ଜୋର ଥିଲା ଯେ କାରଖାନା ନିକଟରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ଦମକଳବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି। ବାଣ ବିସ୍ଫୋରଣ ଯୋଗୁଁ ପ୍ରବଳ ଧୂଆଁ ବାହାରୁଛି ଏଥିପାଇଁ କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହେଉଥିବା ସୂଚନା ରହିଛି। ଅପରାହ୍ନ ୪ଟା ସମୟରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ବିସ୍ପୋରଣ ପଛର କାରଣ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like