ଚାଷୀଙ୍କ ପୋଷ୍ଟରକୁ ନେଇ ତେଜିଲା ବିବାଦ

ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ

ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଜୋରଦାର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ସେମାନଙ୍କର ଅର୍ଥାତ୍ ଚାଷୀଙ୍କ ଗୋଟିଏ ଦାବି କେନ୍ଦ୍ର ସରକାର ଯେ,ପର୍ଯ୍ୟନ୍ତ ଚାଷୀଙ୍କ ଦାବିକୁ ମାନିନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଛନ୍ତି। ତେବେ ଚାଷୀଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ସୋମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଥଣ୍ଡା କାକରରେ ସେମିତି ଖୋଲା ଆକାଶରେ ସିନ୍ଧୁ ବର୍ଡରରେ ଥରି ଥରି ବସିଛନ୍ତି ଚାଷୀ।

ତେବେ ଏହାରି ମଧ୍ୟରେ ବିଜେପି ପକ୍ଷରୁ ପଞ୍ଜାବରେ ଜଣେ ଚାଷୀଙ୍କ  ଫଟୋ ପୋଷ୍ଟର ଲଗାଯାଇଛି ଏବଂ ସେଠାରେ କୁହାଯାଇଛି ଯେ, ଚାଷୀମାନେ ଏମଏସପି ପ୍ରସଙ୍ଗରେ ଖୁସି ଅଛନ୍ତି । କିନ୍ତୁ ଯେଉଁ ଚାଷୀଙ୍କ ଫଟୋ ଲାଗିଛି ସେ ଆନ୍ଦୋଳନରେ ବସିଛନ୍ତି। ତେବେ କେଉଁ ପରିସ୍ଥିତିରେ ଚାଷୀଙ୍କ ଫଟୋ ଲଗାଯାଇଛି ଓ କିଏ ଲଗାଇଛି ସେନେଇ କୌଣସି ସୂଚନା ମିଳିନାହିଁ। ଏହି ପୋଷ୍ଟର ପଞ୍ଜାବ ବିଜେପି ପକ୍ଷରୁ ଫେସବୁକ ପେଜରେ ସେୟାର ମଧ୍ୟ କରାଯାଇଥିଲା କିନ୍ତୁ ଏହି ବିବାଦ ସାମ୍ନାକୁ ଆସିବା ପରେ ଫଟୋକୁ ଦଳ ପକ୍ଷରୁ ଡିଲେଟ୍ କରାଯାଇଛି।

ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଅଧିକ ତ୍ରୀବ କରିବାକୁ ଯୋଜନା ରଖିଛନ୍ତି ଚାଷୀ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ ପୋଲିସ୍ ଫୋର୍ସକୁ ବଢ଼ାଯାଇଛି।

ରାଜସ୍ଥାନ ଓ ହରିୟାଣାକୁ ସଂଯୋଗ କରୁଥିବା ଜୟସିଂହପୁର-ଖେଡା ସୀମାରେ ଚାଷୀଙ୍କ ଭିଡ଼ ବଢୁଛି । ବର୍ଡର ପାଖରେ ଗ୍ରାମାଞ୍ଚଳ ଚାଷୀ ସକାଳୁ ସକାଳୁ ପହଞ୍ଚିବାରେ ଲାଗିଛନ୍ତି। ଆନ୍ଦୋଳନରତ ଚାଷୀ କହିଛନ୍ତି, ରବିବାର ଦିଲ୍ଲୀ-ଜୟପୁର ରାଜମାର୍ଗ ଅବରୋଧ କରିବା ପାଇଁ ହଜାର ହଜାର ଚାଷୀ ଏକ ଟ୍ରାକ୍ଟର ରାଲି କରିବେ।

ଏହାକୁ ଦୃଷ୍ଟିରେ ରଖି କେବଳ ଗୁରୁଗ୍ରାମରେ ୪ ହଜାର ପୋଲିସ୍ ମୁତୟନ କରାଯାଇଛି । କିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବନି ସେ ନେଇ ଧ୍ୟାନ ରଖାଯାଇଛି। ସେପଟେ ହରିୟାଣା-ଦିଲ୍ଲୀ ସୀମା ଗାଜିପୁର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଙ୍କ ଆନ୍ଦୋଳନ ଚାଲିଛି।

ଭାରତରେ ଦେଖା ଦେଇଥିବା ଚାଷୀ ଆନ୍ଦୋଳକୁ କିନ୍ତୁ ଆମେରିକାରେ ମିଳୁଛି ସମର୍ଥନ। ଏପରିକି ନୂଆ କୃଷି ନୀତିକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆମରିକାର କେତେକ ସାଂସଦ ସମର୍ଥନ କରୁଛନ୍ତି। ଏପରିକି ଶାନ୍ତପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ତେବେ ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ନେତାଙ୍କ ଏପରି ବୟାନକୁ ଭାରତ ଭ୍ରମାତ୍ମକ ଏବଂ ଅନୁଚିତ ବୋଲି କହିଛି। ଏକ ଗଣତାନ୍ତ୍ରିକ ଦେଶର ଏହା ଆଭ୍ୟନ୍ତରୀଣ ମାମଲା ବୋଲି ସେ କହିଛି।

ଆମେରିକା କଂଗ୍ରେସର ସାଂସଦ ଡଗ୍‌ ଲାମାଳ୍ଫା ସୋମବାର କହିଛନ୍ତି, ‘ଭାରତରେ ସରକାରଙ୍କ ଭ୍ରମାତ୍ମକ ଏବଂ ଅସ୍ପଷ୍ଟ କୃଷି ନିୟମ ବିରୋଧରେ ପଞ୍ଜାବ ଚାଷୀ କରିଥିବା ଆନ୍ଦୋଳନକୁ ମୁଁ ବିରୋଧ କରୁଛି। ‘ ସେହିପରି କାଲିଫର୍ଣ୍ଣିଆର ଜଣେ ରିପବ୍ଲିକାନ ସାଂସଦ କହିଛନ୍ତି, ‘ପଞ୍ଜାବ ଚାଷୀଙ୍କୁ ସରକାର ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ  ଅନୁମତି ଦିଆଯିବା ଉଚିତ୍‌।’

You might also like