ବାହାଘରରେ ଗିପ୍ଟ ନୁହେଁ, ରଖିଲେ ଦାନ ବାକ୍ସ

ମୁକ୍ତସର: ବାହାଘର ଗିପ୍ଟ ନେବା ବଦଳରେ ରଖିଲେ ଦାନ ବାକ୍ସ। ଏହି ବାକ୍ସ ଆଉ କାହା ପାଇଁ ନୁହେଁ ବରଂ କୃଷକଙ୍କ ପାଇଁ। ଏକଥା ହୁଏତ ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଏହି ନିଆରା ଘଟଣା ଘଟିଛି ଏଭଳି ଘଟଣା ଘଟିଛି ଚଣ୍ଡିଗଡ଼ ଠାରୁ ୨୫୦ କିମି ଦୂର ପଞ୍ଜାବ ମୁକ୍ତସରର ଏକ ବିବାହ ଉତ୍ସବରେ। ପଞ୍ଜାବର ଜଣେ ପରିବାର ବିରାଟ ବିବାହ ଉତ୍ସବ ଆୟୋଜନ କରିଥିଲେ। ସାଙ୍ଗସାଥୀ, ବନ୍ଧୁ ସମ୍ପର୍କୀୟଙ୍କୁ ଡାକିଥିଲେ। କିନ୍ତୁ ସମସ୍ତଙ୍କୁ ସେ ନିବେଦନ କରିଥିଲେ ଯେ ବିବାହ ଗିପ୍ଟ ବଦଳରେ କୃଷକମାନଙ୍କ ପାଇଁ ଦାନ କରିବାକୁ କରନ୍ତୁ। ସାଧାରଣତଃ ବିବାହ ସମୟରେ ନଦମ୍ପତିଙ୍କୁ ଉପହାର ଦିଆଯାଏ। କିନ୍ତୁ ଏଠି ତାହାର ବ୍ୟତିକ୍ରମ ଦେଖାଯାଇଥିଲା।

ଉକ୍ତ ବିବାହ ଉତ୍ସବରେ ଏକ ଭିଡିଓ କ୍ଲିପ୍ ମାଧ୍ୟମରେ କୁହାଯାଉଥିଲା ଯେ ‘ନବବିବାହିତଙ୍କ ନିକଟରେ ଏକ ଡୋନେସନ୍ ବକ୍ସ ତଥା ଦାନ ବାକ୍ସ ରଖାଯାଇଛି। ଏହି ଦାନ ବାକ୍ସ ଦିଲ୍ଲୀରେ ଆନ୍ଦୋଳନଋତ ଚାଷୀଙ୍କ ପାଇଁ। ନବଦମ୍ପତିଙ୍କୁ ଉପହାର ଦେବା ବଦଳରେ ଏହି ବକ୍ସରେ ଆପଣ ଚାଷୀଙ୍କ ପାଇଁ କିଛି ଦାନ କରନ୍ତୁ। ଏହି ଦାନ ଅର୍ଥରେ କୃଷକମାନଙ୍କ ପାଇଁ ଖାଦ୍ୟ, ଶୀତ ପୋଷାକ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ।

କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ଅନେକ ଦିନ ହେଲାଣି ଆନ୍ଦୋଳନ କରିଆସୁଛନ୍ତି।  ଏହାର ପ୍ରଭାବରେ ସିଧାସଳଖ ଭାବେ ଗରିବ ଚାଷୀ ପ୍ରଭାବିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ନୂଆ ଆଇନ୍‌କୁ ପ୍ରତ୍ୟାହାର କରିବା ଦାବିରେ ହରିଆଣା, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ସମେତ ଅନେକ ରାଜ୍ୟରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ପ୍ରକାଶଥାଉକି, କୃଷକ ଆନ୍ଦୋଳନର ସମାଧାନ ପାଇଁ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଷଷ୍ଠ ରାଉଣ୍ଡ ବୈଠକ ବସିଥିଲା।

You might also like