ନୂଆଦିଲ୍ଲୀ:  ଦିଲ୍ଲୀରେ ଚାଲିଛି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ବୈଠକ। ଚାଷୀ ନେତାଙ୍କ ସହ ଆଲୋଚନା କରୁଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଜି କଣ ରହିବ ? ଚାଷୀଙ୍କୁ ମନାଇବାକୁ କି ପଦକ୍ଷେପ ନେବେ କେନ୍ଦ୍ର ସରକାର ? ଏସବୁ ଦିଗ ଉପରେ ସାରା ଦେଶର ଚାଷୀଙ୍କ ନଜର ରହିଛି।

ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଚାଷୀଙ୍କ ଦାବି ଅନୁସାରେ ଦର ଦେବା ପ୍ରସଙ୍ଗ ଉପରେ ସରକାର ରାଜି ହୋଇପାରନ୍ତି। MSP ବ୍ୟବସ୍ଥା ବଜାଏ ରହିବା ନେଇ ଚାଷୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇପାରନ୍ତି କେନ୍ଦ୍ର ସରକାର। ଏହାସହ ସ୍ୱତନ୍ତ୍ର ପ୍ୟାନେଲ୍ ଗଠନ ଦାବି ଉପରେ ବି ମୋହର ବାଜିପାରେ।

ଯଦି, ଏହି ବୈଠକରେ ସକାରାତ୍ମକ ଦିଗ ନଆସେ ତେବେ ଚରମ ପଦକ୍ଷେପ ନେବା ପାଇଁ ଗତକାଲିଠୁ ଚେତାବନୀ ଦେଇଛନ୍ତି ଚାଷୀ। ତେଣୁ ଆଜିର ବୈଠକ ଓ ଏହାର ନିଷ୍କର୍ସ ସବୁଠୁ ଅଧିକ ଗୁରୁତ୍ୱ ରଖୁଛି। ସେପଟେ ଦିଲ୍ଲୀର ସିଘୁଂ, ନୋଏଡ଼ା, ଗାଜିପୁର, ଟିକ୍ରିରେ ଚାଷୀଙ୍କ ପ୍ରବଳ ଭିଡ଼ ଜମିଛି। ଦିଲ୍ଲୀ ସୀମାରେ ଶହ ଶହ ଚାଷୀ ଅପେକ୍ଷା କରି ରହିଛନ୍ତି। ଆନ୍ଦୋଳନ ଅଷ୍ଠମ ଦିନରେ ଜାରି ରହିଛି।

ଅନ୍ୟପଟେ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ଚାଷୀ ଆନ୍ଦୋଳନ ନେଇ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବୈଠକ ପରେ ଅମରିନ୍ଦର କହିଛନ୍ତି ଯେ, ଚାଷୀ ଆନ୍ଦୋଳନ କେବଳ ପଞ୍ଜାବର ଅର୍ଥନୀତିକୁ ବରବାଦ କରିବ ନାହିଁ, ଦେଶର ସୁରକ୍ଷା ପ୍ରତି ମଧ୍ୟ ବିପଦ ଆଣିଦେବ। ଏଣୁ ଚାଷୀ ଓ କେନ୍ଦ୍ର ସକାର ତୁରନ୍ତ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚ୍ଚିତ ବୋଲି ଅମରିନ୍ଦର କହିଛନ୍ତି।

Other Stories

  • lottery made millionaire
    International News ଲଟେରୀ ବଦଳେଇ ଦେଲା ଭାଗ୍ୟ ; ଘରେ ବସି କୋଟିପତି

    ଦୁନିଆରେ କିଏ ବା ସ୍ୱପ୍ନ ନ ଦେଖେ ଘରେ ବସି ବହୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ, କାରଣ ସମସ୍ତଙ୍କ ଭାଗ୍ୟ ଉତ୍ତର କାରୋଲିନାର ଡିୟୁ କ୍ରୁମ୍‌ଙ୍କ ପରି...

  • Corona New Variant
    COVID-19 କରୋନା ଭାଇରସ୍ ହେବ ଆହୁରି ଘାତକ ; ୩ ଜଣରେ ଜଣକୁ ନେବ

    କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍‌ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ...

  • Sunjeev Sahota
    Booker Prize ବୁକର୍ ପୁରସ୍କାର ଦୌଡରେ ଭାରତୀୟ ବଂଶୋଦ୍ଭବ ସଞ୍ଜୀବ ସହୋଟା

    ଭାରତୀୟ ମୂଳ ବ୍ରିଟିଶ ଔପନ୍ୟାସିକ ସଞ୍ଜୀବ ସହୋଟା ୧୩ ଜଣ ଲେଖକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯାହାଙ୍କ ପୁସ୍ତକ 'ଚାଇନା ରୁମ୍' ଚଳିତ ବର୍ଷର ବୁକର୍ ପୁରସ୍କାର ଦାବିଦାର ତାଲିକାରେ ସ୍ଥାନ ପାଇଛି। ୪୦ ବର୍ଷୀୟ ସହୋଟାଙ୍କ...

  • Chin
    International ବିବାଦୀୟ ସ୍ଥାନରେ ଚୀନ୍ ସେନା

    ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବଳ ମୁତୟନ କରିଛି। ଛଅ ମାସ ପୂର୍ବେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ଗସ୍ତ ନ କରିବା ପାଇଁ...