ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ, ରାସ୍ତାରେ ଯୋଗ କରାଇଲା ପୋଲିସ

ପୁଣେ: ଦେଶରେ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରଯାଇଛି। ଲକ୍‌ଡାଉନ ଗାଇଡ୍‌ଲାଇନ କଡାକଡି କରାଯାଇଛି । ଏପରିସ୍ଥିତିରେ ଯଦି ଗାଇଡ଼ଲାଇନ ଭାଙ୍ଗିବା କଥା ଚିନ୍ତା କରୁଥାନ୍ତି ତେବେ ସାବଧାନ। କାରଣ ଧରପଡିଲେ, ପୋଲିସ ହାତରେ ହଟହଟ୍ଟା ହେବେ ।  ଲକଡାଉନ ନିୟମ ଭାଙ୍ଗିଥିବା ଜଣେ ବ୍ୟଙ୍କିଙ୍କୁ ପୋଲିସ କେମିତି ହଟହଟା କରିଥିଲା ଜାଣନ୍ତୁ। ପୁଣେର ଏଇ ବ୍ୟକ୍ତିଜଣକ ଯାଇଥିଲେ ମର୍ଣ୍ଣିଂ ଓ୍ବାକ୍ କରିବାକୁ।  ହେଲେ ପୋଲିସ୍ କରାଇଲା ଯୋଗ ।

ଆଜି ସକାଳେ କିଛି ଲୋକ ସ୍ଥାନୀୟ ଭିୱଣ୍ଡି ଅଞ୍ଚଳରେ ସକାଳ ଭ୍ରମଣ ପାଇଁ ବାହାରିଥିଲେ। ଲକ୍‌ଡାଉନ ନିୟମକୁ ବେଖାତିିର କରି ସକାଳୁ ସକାଳୁ ଲୋକେ ଏକତ୍ରିତ ହୋଇଥିଲେ। ଘଟଣା ଜାଣିବା ପରେ ପୋଲିସ୍ ୫୫ ଜଣଙ୍କୁ ଅଟକ ରଖିବା ସହ ରାସ୍ତାକଡ଼ରେ ସମସ୍ତଙ୍କୁ ଏକାଠି କରି ଯୋଗ କରାଇଛି ।

ଏହାସହ ଉଠବସ୍ ମଧ୍ୟ କରାଇଥିଲା ପୋଲିସ୍। ସାମାଜିକ ଦୂରତାକୁ ବଜାଏ ରଖିବା ସହ ଏମାନଙ୍କୁ ଯୋଗ କରାଇଥିଲା।  ଆଗାମୀ ଦିନରେ ଲକ୍‌ଡାଉନକୁ ମାନିବା ସହ କିପରି ଲୋକେ ଏନେଇ ସଚେତନ ହେବେ ସେ ନେଇ ପୋଲିସ୍ ବୁଝାଇଛି।

 

You might also like