କଳା ବାଘର ଫଟୋ ଉଠାଇବା ପାଇଁ ବ୍ୟକ୍ତି ଜଣକ ଜଙ୍ଗଲରେ କଲେ ଏମିତି କାମ

ପୁନେ: ପୁନେର ଜଣେ ଫଟୋଗ୍ରାଫ‍ରଙ୍କ ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାର ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହୋଇଛି। ତାଙ୍କ ନାଁ ଅଭିଷେକ ପଗନିସ୍‌। ଅଭିଷେକ କଳା ଚିତାବାଘର ଫଟୋ ଉଠାଇବା ପାଇଁ ମହାରାଷ୍ଟ୍ରର ତାଡ଼ୋବା ରିଜର୍ଭରେ ପ୍ରାୟ ୨ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅପେକ୍ଷା କଲା ପରେ ଅଭିଷେକ କଳା ଚିତାବାଘର ଏକ ଚତ୍ମକାର ଫଟୋ କ୍ଲିକ୍‌ କରିଥିଲେ। ବାଘର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋ ଟି ଭାଇରାଲ ହେବା ପରେ ଅଭିଷେକ ଦୁଇ ଘଣ୍ଟାର ଅନୁଭୂତି ବଖାଣି ଥିଲେ।

ଅଭିଷେକ ଏକ ଗଣମାଧ୍ୟକୁ କହିଥିଲେ,‘ ଏ ହେଉଛି ମୋର ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ । ମୁଁ ଜଙ୍ଗଲରେ କେବଳ କଳା ବାଘକୁ ଖୋଜୁଥିଲି। କିନ୍ତୁ ବାଘର ଫଟୋକୁ ଉଠାଇବା ପାଇଁ ମତେ ୨ଘଣ୍ଟା ଧରି ଜଙ୍ଗଲରେ ଅପେକ୍ଷା କରିବାକୁ ପଡ଼ିଥିଲା। ଜୁନ୍‌ ମାସର ସନ୍ଧ୍ୟା ୫ଟା ସମୟରେ ଏହି ଫଟୋକୁ ଉଠାଇଥିଲି।

ଚିତାବାଘକୁ ଯେତେବେଳେ ଦେଖିବାକୁ ଯାଇଥିଲି, ‘ତା ପୂର୍ବରୁ ମୁଁ କିଛି ଜଙ୍ଗଲୀ ଜନ୍ତୁଙ୍କର ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ଚିତାବାଘଟି ପାଣି ପିଇବାକୁ ଆସିଥିଲା। ଏପରି ପରସ୍ଥିତିରେ ମୋ ପାଖରେ ୧୫ମିନିଟ୍‌ ସମୟ ଥିଲା, ଏହି ସମୟ ମଧ୍ୟରେ ମତେ କଳା ଚିତାବାଘଟିର ସବୁଠାରୁ ଭଲ ଫଟୋ କ୍ଲିକ୍‌ କରିବାର ସୁଯୋଗ ମିଳିଥିଲା।

ଏହାପୂର୍ବରୁ ଏକ କଳା ଚିତାବାଘର ଫଟୋ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏନେଇ ଅଭିଷେକ କହିଥିଲେ, ‘ସେ ବାଘଟି ହେଉଛି ମେଲାନିଷ୍ଟିକ୍ ଚିତାବାଘ। ଯାହାକୁ କଳା ପାନ୍ଥର୍ ମଧ୍ୟ କୁହାଯାଏ। ଏହି ଫଟୋକୁ କର୍ଣ୍ଣାଟକର କାବିନି ଜଙ୍ଗଲରେ ଉଠାଯାଇଥିଲା। ମୁଁ ଯେଉଁ ବାଘର ଫଟୋକୁ କ୍ଲିକ୍ କରିଥିଲି ,ଯାହା ଅନ୍ୟମାନଙ୍କଠାରୁ ଭିନ୍ନ।

ଆହୁରି ପଢ଼ନ୍ତୁ

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

You might also like