ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ ଯାତ୍ରୀ, ଦେବଦୂତ ସାଜି ୩୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର
ମୁମ୍ବାଇ: ମହାରାଷ୍ଟ୍ରର ବୁଲଧାନାରେ ପୁଣେ-ନାଗପୁର ଯାଉଥିବା ଏକ ଯାତ୍ରୀବାହୀ ଲକ୍ଜୁରୀ ବସ୍ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତି ୩ଟାରେ ବସ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା।
ସୂଚନା ଅନୁସାରେ, ପୁଣେ-ନାଗପୁର ଯାଉଥିବା ଏହି ଲକଜୁରୀ ବସ୍ଟି ମେହେକର ବାଇପାସ୍ରେ ହଠାତ ଜଳି ଯାଇଥିଲା। ଏହି ସମୟରେ ବସ୍ରେ ୩୫ ଜଣ ଯାତ୍ରୀ ଥିଲେ ଓ ସମସ୍ତେ ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ। ବସ୍ରେ ନିଆଁ ଲାଗିବା ଦେଖି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ ପ୍ରଥମେ ବ୍ରେକ୍ ମାରି ରାସ୍ତା କଡ଼କୁ ବସ୍କୁ ଲଗାଇଥିଲେ। ଏହାପରେ ଚିତ୍କାର କରି ଯାତ୍ରୀମାନଙ୍କୁ ବସ୍ରେ ନିଆଁ ଲାଗି ଯାଇଥିବା ଜଣାଇଥିଲେ।
ଡ୍ରାଇଭରଙ୍କ ଚିତ୍କାର ଶୁଣି ଯାତ୍ରୀମାନେ ତୁରନ୍ତ ବସ୍ରୁ ଜୀବନ ବିକଳରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ଯାତ୍ରୀଙ୍କ ଜିନିଷପତ୍ର ମଧ୍ୟ ବସ୍ରୁ କାଢ଼ି ଦିଆଯାଇଥିଲା। କିଛି କ୍ଷଣ ଭିତରେ ବସ୍ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ତେଣୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା।
ପଢ଼ନ୍ତୁ: ପାହାଡ଼ ତଳକୁ ଖସି ଯାଇଥାନ୍ତା ବସ୍, ଉପସ୍ଥିତ ବୁଦ୍ଧି ଲଗାଇ ୪୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର