ଝିଅ ଜନ୍ମ ହେବାରୁ ରାଗିକି ଏମିତି କାମ କଲେ ସ୍ୱାମୀ

ପୁନେ: ଆଜିର ଦିନରେ ବି କନ୍ୟା ସନ୍ତାନ ଅଲୋଡ଼ା ହୋଇ ରହିଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରର ପୁନେରେ ଦେଖିବାକୁ ମିଳିଛି। ପୁନେର ଏକ ହସ୍ପିଟାଲରେ ଝିଅ ଜନ୍ମ ହେବାରୁ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏହାସହ ସେ ନିଶାଶକ୍ତ ଅବସ୍ଥାରେ ହସ୍ପିଟାଲରେ ଖୁବ୍ ହଙ୍ଗାମା କରିଛନ୍ତି। ଏହି ଘଟଣା ଘଟିଛି ପୁନେସ୍ଥିତ ବାରାମତୀର ଡୋର୍ଲେୱାଡ଼ି ପ୍ରାଇମେରୀ ହେଲଥ ସେଣ୍ଟରରେ।

ଏହି ବାରାମତୀ ପୁଲିସ୍ ଷ୍ଟେସନର ଏସଆଇ ଔଦୁମ୍ବାର ପାଟିଲ୍ କହିଛନ୍ତି, ଅଭିଯୁକ୍ତ କ୍ରିଷ୍ଣା କାଲେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଗାଳିଗୁଲକ କରିଥିଲେ। ଯେତେବେଳେ ତାଙ୍କୁ ଜଣେ କର୍ମଚାରୀ ରୋକିବାକୁ ପ୍ରୟାସ କଲେ, ସେ ରାଗିକି ସେହି କର୍ମଚାରୀଙ୍କ ଉପରକୁ ପଥରରେ ଆକ୍ରମଣ କରିଥିଲା। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଏସଆଇ ଔଦୁମ୍ବାର ପାଟିଲ୍ ଆହୁରି କହିଛନ୍ତି, ‘ଜୁନ୍ ୨୫ ତାରିଖରେ କାଲେ ହସ୍ପିଟାଲ୍‌ ଆସିଲେ ଏବଂ ତାଙ୍କର ପତ୍ନୀ ଝିଅ ଜନ୍ମ ହେବାରୁ ନିଜ ପତ୍ନୀଙ୍କୁ ଗାଳିଗୁଲକ କରିଥିଲେ। ଏପରିକି ସେ ନିଜ ପତ୍ନୀଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

ଅଭିଯୁକ୍ତ ପରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲକ ଓ ଧମକ ଦେଇଥିଲେ। ସେ ହସ୍ପିଟାଲରୁ ଚାଲିଯାଇଥିଲା। କିନ୍ତୁ ପରଦିନ ଅର୍ଥାତ୍ ୨୬ ତାରିଖରେ ନିଶାଶକ୍ତ ଅବସ୍ଥାରେ ପୁଣି ହସ୍ପିଟାଲରେ ଉତ୍ପାତ କରିଥିଲେ। ଏହି ଅଭିଯୋଗରେ ଶନିବାର କାଲେଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like