ପୁଣେ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ଆଉ ୨ ସପ୍ତାହ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ଏନେଇ ପୁଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୧୪ ତାରିଖ ଯାଏ ପୁଣେର ସମସ୍ତ ସ୍କୁଲ୍, କଲେଜ ଓ ପ୍ରାଇଭେଟ୍ କୋଚିଂ ସେଣ୍ଟର  ବନ୍ଦ ରହିବ। ଏହାସହ ରାତି ୧୧ଟାରୁ ସକାଳ ୬ଟା ଯାଏ ସାଧାରଣ ଯାତାୟାତ ବନ୍ଦ ରହିବ। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି।

ଫେବୃଆରୀ ୨୧ରେ ପୁଣେ ଡିଭିଜନାଲ୍‌ କମିଶନର ନାଇଟ୍‌ କର୍ଫ୍ୟୁ ଲାଗୁ କରିଥିଲେ। ଫେବୃଆରୀ ୨୮ ଯାଏ ଏହି କଟକଣା ଲାଗୁ କରାଯାଇଥିଲା। ହେଲେ ପୁଣି ମାର୍ଚ୍ଚ ୧୪ ତାରିଖ ଯାଏ ଏହି କଟକଣାକୁ ବଢ଼ାଇ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ପୁଣେରେ ୧,୬୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରବିବାର କରୋନା ଆକ୍ରାନ୍ତରେ ପୁଣେରେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ପୁଣେରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୮,୦୫୩ରେ ପହଞ୍ଚିଛି।

Other Stories