ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ୍‌ ଟପ୍‌ କମାଣ୍ଡର ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଜି ଏକ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଲଓ୍ୱାମା କଙ୍ଗନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀ ମସୁଦ୍ ଅଜହରର ନିକଟତମ ତଥା ଜେଶ୍‌ର ଟପ୍‌ କମାଣ୍ଡରକୁ ନିପାତ କରି ଦେଇଛନ୍ତି।

ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, କଙ୍ଗନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ଗୁଇନ୍ଦା ସୂତ୍ରରୁ ଜାଣିବା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପେରେନ କରାଯାଇ ଥିଲା। ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟା ଗୁଳି ବିନିମୟ ପରେ ସୁରକ୍ଷାକମି ୩ ଆତଙ୍କୀଙ୍କୁ ନିପାତ କରିଥିଲେ। ତିନି ଜଣଯାନ ଆତଙ୍କବାଦୀ ସଂଗଠନ ଜୈଶର ବୋଲି ଜଣାପଡ଼ିଛି। ନିହତ ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି। ସେ ଇକରମ ବା ଫୌଜୀ ଭାଇ ନାମରେ ପରିଚିତ।

 ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି।  ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ସହ ବିସ୍ଫୋରକ ଜବତ ହୋଇଛି। 

You might also like