ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା: ଆଜି ଦାଖଲ ହେବ ଚାର୍ଜସିଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ୍ ଦାଖଲ କରାଯିବ । ଏ ନେଇ ଆଜି ଏନଆଇଏ ଟିମ୍ ଜମ୍ମୁକୋର୍ଟରେ ପହଞ୍ଚିଛନ୍ତି । ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।

ଆତଙ୍କବାଦୀମାନେ କିପରି ଏଭଳି ଆକ୍ରମଣ କରିଥିଲେ, ଏଥିପାଇଁ କିପରି ପାକିସ୍ତାନରେ ଯୋଜନା ପ୍ରସ୍ତୁତ ହୋଇଥିଲା ଏନେଇ ବିସ୍ତୃତ ତଥ୍ୟ ରହିଛି । ଆକ୍ରମଣ ପାଇଁ ଅନ୍ୟ କେଉଁ ଆତଙ୍କବାଦୀମାନେ ସହଯୋଗ କରିଥିଲେ ସେ ନେଇ ମଧ୍ୟ ତଥ୍ୟ ରହିଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମଧ୍ୟ ମାସୁଦ ଆଝାର ମାଷ୍ଟରମାଇଣ୍ଡ ଥିଲା ।

ପୁଲୱାମା ଆତଙ୍କବାଦୀ ଘଟଣାରେ ୪୦ରୁ ଅଧିକ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଏନଆଇଏ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ପ୍ରାୟ ୫ହଜାର ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି ।

You might also like