‘କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କର’

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆ ଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନମାନଙ୍କୁ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ବାସିନ୍ଦାଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ଆସିଛି । ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ୧୧ଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପୁଲିସ ଡିଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲୱାମା ଆକ୍ରମଣ ପରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ କିଛି କାଶ୍ମୀର ଛାତ୍ରଙ୍କୁ ଗିରଫ କରାଯିବା ସହ ନିଲମ୍ବିତ କରାଯାଇଛି।

You might also like