ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ବନ୍ଦ କରାଯାଇ ପାରିବନି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗ ପ୍ରତିବାଦ ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବସାଧାରଣ ସ୍ଥାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇ ପାରିବନି ବୋଲି  କୋର୍ଟ ମାମଲାର ଶୁଣାଣି ବେଳେ କହିଛନ୍ତି ।

ନାଗରିକତା ସଂଶୋଧନ ଆଇନ CAA ବିରୋଧରେ ଦିଲ୍ଲୀ ଶାହିନବାଗରେ ମାସାଧିକ କାଳ ପ୍ରତିବାଦ ଚାଲିଥିଲା। ଦିଲ୍ଲୀ-ନୋଏଡ଼ା ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । କୋର୍ଟ କହିଛନ୍ତି ଯେ, କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ । ବିରୋଧ ଏବଂ ଯିବା ଆସିବା ଅଧିକାର ଉପରେ ସନ୍ତୁଳନ ରହିବା ନିହାତି ଆବଶ୍ୟକ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି ।

ସୁପ୍ରିମ କୋର୍ଟ ତାଙ୍କ ଶୁଣାଣିରେ କହିଛନ୍ତି, ଏପରି ବିକ୍ଷୋଭ ପ୍ରଦର୍ଶନକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଏହା ବିରୋଧରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ତେବେ ଅଧିକାରୀମାନେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସେମାନଙ୍କ ଦାୟିତ୍ୱ। ରାସ୍ତା ଜମା କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କୁ ପ୍ରଶାସନ ହଟାଇବା ଉଚିତ୍‌। ଏଥିପାଇଁ କୋର୍ଟ ଆଦେଶକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ।

ଡିସେମ୍ବର ୨୦୧୯ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ବିଲ୍ ପାରିତ କରିଥିଲେ। ସଂଶୋଧିତ ଆଇନ ଅନୁସାରେ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରୁ ଆସୁଥିବା ଧାର୍ମିକ ଅଳ୍ପ ସଂଖ୍ୟକଙ୍କୁ ଭାରତର ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହି ଆଇନକୁ ଧାର୍ମିକ ଆଧାରରେ ବିଭାଜନକୁ ପ୍ରଶୟ ଦିଆଯାଉଥିବା ଅଭିଯୋଗ କରି ଦିଲ୍ଲୀର ଶାହିନବାଗ ସମେତ ଅନ୍ୟ ପ୍ରାନ୍ତରେ ବିକ୍ଷୋଭ, ପ୍ରତିବାଦ ଓ ନାରାବାଜି ହୋଇଥିଲା ।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like