UPSC ପରୀକ୍ଷାର୍ଥୀଙ୍କୁ ମିଳିଲା ସେଣ୍ଟର ବାଛିବା ସୁଯୋଗ

ନୂଆଦିଲ୍ଲୀ: UPSC ପରୀକ୍ଷାର୍ଥୀଙ୍କୁ ମିଳିବ ସେଣ୍ଟର ବାଛିବା ସୁଯୋଗ। ଅକ୍ଟୋବର ୪ରେ ହେବାକୁ ଥିବା UPSC ସିଭିଲ୍ ପ୍ରିଲିମନାରୀ , IFS ( ଇଣ୍ଡିଆନ ଫରେଷ୍ଟ ସର୍ଭିସ )ମେନ୍ ପରୀକ୍ଷାରେ ଏଥର ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ ।

କୋଭିଡ ପରିସ୍ଥିତିକୁ ଦେଖି ବହୁ ଛାତ୍ରଛାତ୍ରୀ ଏଥିପାଇଁ ଅନୁରୋଧ କରିଥିଲେ। ଆବେଦନ ସମୟରେ ନିଜ ସୁବିଧା ଅନୁସାରେ ସେମାନେ ପରୀକ୍ଷା କେନ୍ଦ୍ରର ବିକଳ୍ପ ଦେଇଥିଲେ । କିନ୍ତୁ କୋଭିଡ ପାଇଁ ପରିସ୍ଥିତି ବଦଳିଛି । ପ୍ରାୟତଃ ଛାତ୍ରଛାତ୍ରୀ ଘରକୁ ପଳାଇ ଆସିଛନ୍ତି। ଏହି ସମୟରେ ପୂର୍ବରୁ ପସନ୍ଦ କରିଥିବା କେନ୍ଦ୍ରରେ ପରୀକ୍ଷା ଦେବା ସମ୍ଭବ ନୁହେଁ॥ ତେଣୁ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ସେମାନଙ୍କୁ ଅନୁମତି ମିଳିଛି।

ନିଜେ ଚୟନ କରିଥିବା ପରୀକ୍ଷା କେନ୍ଦ୍ର ୨ଟି ପର୍ଯ୍ୟାୟରେ ଜଣାଇପାରିବେ ପରୀକ୍ଷାର୍ଥୀ। ଆସନ୍ତା ୭ରୁ ୧୩ ତାରିଖ ଓ ୨୦ରୁ ୨୪ ଜୁଲାଇ ମଧ୍ୟରେ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଜଣାଇବେ ବୋଲି କୁହାଯାଇଛି।

ପରୀକ୍ଷାର୍ଥୀ ପ୍ରଥମେ ପସନ୍ଦ କରିଥିବା କେନ୍ଦ୍ରକୁ ଗ୍ରହଣ କରାଯାଇ ପରିବର୍ତ୍ତନ କରାଯିବ ।upsconline.nic.in ୱେବସାଇଟକୁ ଯାଇ ନିଜ ପାଇଁ ପରୀକ୍ଷା କେନ୍ଦ୍ର ବାଛିପାରିବେ ପରୀକ୍ଷାର୍ଥୀ।

 

ଆହୁରି ପଢ଼ନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

You might also like