ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନ ପ୍ରସ୍ତାବ ବିରୋଧରେ ହିଂସାକାଣ୍ଡ

ଇଟାନଗର: ରାଜ୍ୟ ବାହାରର ଲୋକଙ୍କୁ ଅରୁଣାଚଳ ପ୍ରଦେଶରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନକୁ ନେଇ ରାଜଧାନୀ ଇଟାନଗରରେ ବ୍ୟାପକ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକାରୀମାନେ ଇଟାନଗର ଆଇଜି ପାର୍କରେ ହେବାକୁ ଥିବା ପ୍ରଥମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ହଲ୍‌ରେ ଭଙ୍ଗାରୁଜା କରିଛନ୍ତି।

ଏପିରିକି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ପାଇଁ ଆସିଥିବା ନାଗାଲାଣ୍ଡର ଗୋଟିଏ ଟ୍ରୁପର ଗାଡ଼ି ଓ ସଂଗୀତ ସରଞ୍ଜାମ ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ବଲିଉଡର ନାମୀଦାମୀ କଳାକାର ହୋଟେଲ୍‌ ଭିତରେ ଅଟକି ରହିଛନ୍ତି। ସହରରେ ଜଳାପୋଡ଼ା ହେଉଥିବାରୁ ବାହାରକୁ ବାହାରି ପାରୁନାହାନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପଥର ଫିଙ୍ଗା ଭଳି ଘଟଣା ଘଟିଛି। ଏହା ସହ ଗତ ଦୁଇ ଦିନ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି।

ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଓ ନାମସାଇରେ ରହୁଥିବା ୬ଟି ଆଦିବାସୀ ସଂପ୍ରଦାୟଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦିଆଯିବାକୁ ସରକାରଙ୍କ ଯୋଜନାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ ହୋଇଛି।

You might also like