ବିରୋଧର ପ୍ରଭାବ ! ଦୁଇଦିନ ହେଲା ଅପରିବର୍ତ୍ତିତ ରହିଛି ତୈଳଦର

ନୂଆଦିଲ୍ଲୀ: ଗତ ମାସରେ କ୍ରମାଗତ ଭାବେ ୨୧ ଦିନ ଧରି ଡିଜେଲ-ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଉଥିବା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହାର ପ୍ରଭାବ ହେଉ ବା ଅନ୍ୟ ଯେ କୌଣସି କାରଣରୁ ହେଉ,  ସରକାରୀ ତୈଳ ଳ କମ୍ପାନୀଗୁଡିକ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହାର ମୂଲ୍ୟ ପରିବର୍ତ୍ତନ କରିନାହାଁନ୍ତି। ଆଜିର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ଗତ ସୋମବାର ଦିନ   ଡିଜେଲ ୧୩ ପଇସା ମହଙ୍ଗା ହୋଇଥିଲା, ପେଟ୍ରୋଲର ମୂଲ୍ୟ ୫ ପଇସା ବୃଦ୍ଧି ପାଇଥିଲା।

ତୈଳ କମ୍ପାନୀଗୁଡିକ ଜୁନ୍ ମାସରେ ଲଗାତାର ୨୧  ଦିନ ଧରି ଇନ୍ଧନ ମୂଲ୍ୟ ବୃଦ୍ଧି କରିଥିଲେ | ଏହା ପରେ ଗତ ରବିବାର ମୂଲ୍ୟ ବୃଦ୍ଧିରେ ବିରତି ନେଇଥିଲେ। କିନ୍ତୁ ଗୋଟିଏ ଦିନ ପରେ, ଅର୍ଥାତ୍ ସୋମବାର ପୁନର୍ବାର ତୈଳ ଦର ବୃଦ୍ଧି କରାଯାଇଥିଲା | ଏହା ପରେ ଗତ ସୋମବାର ଦିନ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା। ତେବେ ଗତକାଲି ଏବଂ ଆଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ | ଆଜି ଦିଲ୍ଲୀରେ ଅର୍ଥାତ୍ ୧ ଜୁଲାଇରେ ପେଟ୍ରୋଲର ମୂଲ୍ୟ ୮୦.୪୩  ଟଙ୍କା ଥିବାବେଳେ ଡିଜେଲ ମଧ୍ୟ ୮୦.୫୩  ଟଙ୍କା ରହିଥିଲା।
ଅନ୍ତର୍ଜାତୀୟ ବଜାରରେ, ଜୁନ୍ ମାସର ଅଧିକାଂଶ ସମୟ ପାଇଁ ଅଶୋଧିତ ତୈଳର ମୂଲ୍ୟ ନରମ ରହିଲା।  କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଲା | ବର୍ତ୍ତମାନ ଭାରତରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୪୦ ଡଲାରରେ ରହିଛି। କିନ୍ତୁ ଗତ ମାସରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଥିଲା। ଏହାର ପ୍ରଭାବରେ ଗତ ୨୩  ଦିନ ମଧ୍ୟରେ ଡିଜେଲର ମୂଲ୍ୟ ଲିଟର ପିଛା ୧୧.୨୩ଟଙ୍କା ବୃଦ୍ଧି ପାଇଛି। ଏହି ଦିନରେ ପେଟ୍ରୋଲ ମୂଲ୍ୟ ମଧ୍ୟ ଲିଟର ପିଛା ୯.୧୭ଟଙ୍କା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

You might also like