ପୋଲିସ୍‌ଙ୍କୁ ପ୍ରସାଦ ଖୁଆଇଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ୍‌କୁ ବିରୋଧ କରି ଦେଶର ଅନେକ ସ୍ଥାନରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ଆନ୍ଦୋଳନ ସ୍ଥଳି ନିକଟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଦିଲ୍ଲୀ ଟିକ୍ରି ସୀମାରେ ଆନ୍ଦୋଳନରତ ଚାଷୀ ପୋଲିସ ଦେଇଛନ୍ତି ପ୍ରସାଦ।

ଗୁରୁ ନାନକଙ୍କ ଜନ୍ମ ଜୟନ୍ତି ପୂଜା ପରେ ପ୍ରସାଦକୁ ପୋଲିସ୍‌କୁ ବଣ୍ଟାଯାଇଛି। ଆନ୍ଦୋଳନରତ ପୋଲିସ୍ କର୍ମଚାରୀଙ୍କୁ ବୁଲି ବୁଲି ଚାଷୀ ପ୍ରସାଦ ଖୁଆଇଥିଲେ। ଆଉ ଏହାକୁ ସାଦରରେ ଗ୍ରହଣ କରିଥିଲେ ପୋଲିସ୍ କର୍ମଚାରୀ।

ଅନ୍ୟ ଦିନ ମାନଙ୍କ ଭଳି ନଥିଲା ପରିବେଶ। ଗତ କିଛି ଦିନ ଧରି ଚାଷୀଙ୍କ ଆନ୍ଦୋଳନ ପରେ ପୋଲିସ୍ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

You might also like