କରୋନା ଭାଇରସ୍‌ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପ୍ରଫେସରଙ୍କୁ ଗୁଳି କରି ହତ୍ୟା

ୱାଶିଂଟନ: କରୋନା ଭାଇରସ୍‌ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପିଟସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଆଣବିକ ଜୀବବିଜ୍ଞାନୀ ଡ. ବିଙ୍ଗ ଲିଉଙ୍କୁ ପେନସାଲଭାନିଆରେ ଗୁଳି କରି ହତ୍ୟା କରାଯାଇଛି। ମହାମାରୀ କରୋନା ଉପରେ ଗବେଷଣା କରି ଭ୍ୟାକସିନ ବାହାର କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିଲେ।

ଶନିବାର ଲିଉଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡ, ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ହୋଇଥିଲା।

ତେବେ ତଦନ୍ତୁରୁ ଜଣାପଡ଼ିଛି ଯେ ପ୍ରଫେସରଙ୍କୁ ହତ୍ୟା କରିଥିବା ବ୍ୟକ୍ତି ମଧ୍ୟ ନିଜ ଆତ୍ମହତ୍ୟା କରିଛନ୍ତି। ସେ ପ୍ରଥମେ ଲିଉଙ୍କୁ ଗୁଳି କରି ହତ୍ୟା କରିବା ପରେ ହତ୍ୟାକାରୀ ଜଣକ ନିଜ କାର୍ ପାଖକୁ ଆସି ନିଜକୁ ଗୁଳି କରିଥିଲେ। କାର୍‌ରେ ତାଙ୍କ ଗୁଳିବିଦ୍ଧ ମୃତ ଶରୀର ମଧ୍ୟ ଉଦ୍ଧାର ହୋଇଛି। ଲିଉ ଚାଇନିଜ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେବେ ଏ ବିଷୟରେ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

You might also like