କେମିତି ହୋଇଥାଏ ଆମେରିକା ରାଷ୍ଟ୍ରପତି ନିବାର୍ଚନ ?

ୱାଶିଂଟନ: ସବୁଠୁ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥାଏ। ଆମେରିକାରେ କେଉଁ ଦଳ କ୍ଷମତା ହାତେଇବ ଏବଂ କିଏ ରାଷ୍ଟ୍ରପତି ହେବ ସମସ୍ତେ ଚାହିଁ ବସିଥାନ୍ତି। କାରଣ ତା ଉପରେ ଆମେରିକାର ଭବିଷ୍ୟତ ଏବଂ ଅନ୍ୟ ଦେଶ ପ୍ରତି ଆଭିମୁଖ୍ୟ କିଭଳି ରହିବ, ତାହା ନିର୍ଭର କରିଥାଏ । ତେବେ ଆମେରିକାବାସୀ ସିଧାସଳଖ ନିଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିନଥାନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ହୋଇଥାଏ ।

ତେବେ କିଭଳି, କେଉଁ ପ୍ରକ୍ରିୟାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ ଆସନ୍ତୁ ଜାଣିବା।

ଆମେରିକାରେ ସାଧାରଣ ନିର୍ବାଚନ ଭାରତ ଭଳି ହୋଇନଥାଏ।  ଆମେରିକାର ଜନତା ସିଧାସଳଖ ବାଛି ନଥାନ୍ତି ନିଜର ଶାସନ ମୁଖ୍ୟ ବା ରାଷ୍ଟ୍ରପତିଙ୍କୁ । ପରୋକ୍ଷ ନିର୍ବାଚନ ଦ୍ୱାରା କ୍ଷମତାସୀନ ହୋଇଥାନ୍ତି ପୋଟସ୍ ବା ପ୍ରେସିଡେଣ୍ଟ୍ ଅଫ୍ ଦି ୟୁନାଇଟେଡ୍ ଷ୍ଟେଟ୍‌ସ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟତଃ ଦୁଇଟି ପାର୍ଟି ମୁହାଁମୁହିଁ ହୋଇଥାନ୍ତି ହାତୀ ଚିହ୍ନ ସହ ରିପବ୍ଲିକାନ୍ ପାର୍ଟି ଏବଂ ଗଧ ଚିହ୍ନ ସହ ଡେମୋକ୍ରାଟିକ୍ ପାର୍ଟି। ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିରୁ ଡୋନାଲ୍ଡ ଟ୍ରଂପ୍ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ, ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ୍। ଏମାନଙ୍କ ମଧ୍ୟରୁ କିଏ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବ, ତାହା ନିର୍ଦ୍ଧାରଣ ପାଇଁ ରହିଛି ଇଲେକ୍ଟୋରାଲ୍ କଲେଜ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ସାଧାରଣ ଲୋକେ ନିଜ ଅଞ୍ଚଳର ଇଲେକ୍ଟରଙ୍କୁ ନିର୍ବାଚନ କରିଥାନ୍ତି ଏବଂ ଯେଉଁ ଦଳର ଇଲେକ୍ଟର ସଂଖ୍ୟା ଅଧିକ, ସେହି ଦଳର ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି।

୫୦ଟି ରାଜ୍ୟକୁ ନେଇ ଗଠିତ ଆମେରିକାରେ, ମୋଟ ଇଲେକ୍ଟର ସଂଖ୍ୟା ୫୩୮ ହୋଇଥିବା ବେଳେ, ଅତି କମ୍‌ରେ ୨୭୦ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଥିବା ଦଳ, ସଂଖ୍ୟାଗରିଷ୍ଠତା ଲାଭ କରି ସରକାର ଗଢ଼ିଥାଏ । ପ୍ରତ୍ୟେକ ରାଜ୍ୟରୁ କେତେ ଜଣ ଇଲେକ୍ଟର ନିର୍ବାଚିତ ହେବେ ତାହା ଜନସଂଖ୍ୟା ଭିତ୍ତିରେ ନିର୍ଦ୍ଧାରଣ ହୋଇଥାଏ । ଆମେରିକାର ରାଜ୍ୟ ମାନଙ୍କ ଭିତରୁ କାଲିଫର୍ଣ୍ଣିଆରୁ ସର୍ବାଧିକ ୫୫ଟି ଇଲେକ୍ଟରାଲ୍ ଭୋଟ୍ ଯାଇଥାଏ।

ତେବେ ଇଲେକ୍ଟର ନିର୍ବାଚନ ବେଳେ ଓ୍ୱିନର୍ ଟେକ୍ସ ଅଲ୍ ବ୍ୟବସ୍ଥା ଲାଗୁ ହୁଏ । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ରାଜ୍ୟରେ ଯେଉଁ ଦଳର ଅଧିକ ଇଲେକ୍ଟର ନିର୍ବାଚିତ ହୋଇଥିବେ, ସେହି ରାଜ୍ୟର ସମସ୍ତ ଇଲେକ୍ଟୋରାଲ୍ ଭୋଟ୍ ସଂପୃକ୍ତ ଦଳକୁ ଯିବ । ଅର୍ଥାତ୍  ଯଦି କାଲିଫର୍ଣ୍ଣିଆରେ ୫୫ରୁ ରିପବ୍ଲିକାନ୍ ପାର୍ଟିର ୨୮ ଓ ଡେମୋକ୍ରାଟିକ୍ର ୨୭ ଜଣ ଇଲେକ୍ଟର ନିର୍ବାଚିତ ହୋଇଥିବେ, ତେବେ ସମସ୍ତ ୫୫ଟି ଇଲୋକ୍ଟୋରାଲ୍ ଭୋଟ୍ ରିପବ୍ଲିକାନ୍ ପାର୍ଟି ପକ୍ଷରେ ଯିବ ।

ଏହି ପ୍ରକ୍ରିୟାରେ, ଲୋକମାନେ ସିଧାସଳଖ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦେଖି, ନିଜ ଅଞ୍ଚଳର ଇଲେକ୍ଟରଙ୍କୁ ବାଛିଥାନ୍ତି । ଏହି ଇଲେକ୍ଟରମାନେ ସେମାନଙ୍କ ରାଜ୍ୟ ରାଜଧାନୀରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେଇଥାନ୍ତି ଏହି ଭୋଟ୍ ୟୁଏସ୍ କଂଗ୍ରେସରେ ଗଣତି ହୋଇଥାଏ ଏବଂ ଜାନୁଆରୀରେ ବିଧିବଦ୍ଧ ଭାବେ ରାଷ୍ଟ୍ରପତିଙ୍କ ନାଁ ଘୋଷଣା ହୋଇଥାଏ ତେବେ ରାଜ୍ୟଗୁଡ଼ିକରେ ଇଲେକ୍ଟରଙ୍କ ହାର୍ଜିତ୍କୁ ଦେଖିଲେ ହିଁ କିଏ ରାଷ୍ଟ୍ରପତି ହେବ ତାହା ଏକପ୍ରକାର ସ୍ପଷ୍ଟ ହୋଇସାରିଥାଏ ।

ଆମେରିକାରେ ପ୍ରତି ୪ ବର୍ଷରେ ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ବ୍ୟକ୍ତିଙ୍କ କେତେକ ନିର୍ଦ୍ଦିଷ୍ଟ ଯୋଗ୍ୟତା ରହିବା ଦରକାର ସେ ଗୁଡ଼ିକ ହେଲା- ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ନାଗରିକ ହୋଇଥିବେ। ତାଙ୍କ ବୟସ ଅତି କମ୍‌ରେ ୩୫ ବର୍ଷ ହୋଇଥିବ। ସେ ୧୪ ବର୍ଷ ଧରି ଆମେରିକାରେ ରହୁଥିବେ । ତେବେ ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୨ ଥର ରାଷ୍ଟ୍ରପତି ହେବାର ସୁଯୋଗ ମିଳିଥାଏ । ସେହିପରୀ ୧୮ କିମ୍ବା ତାଠୁ ଅଧିକ ବର୍ଷ ବୟସ୍କ ଆମେରିକୀୟଙ୍କୁ ମିଳିଥାଏ ଭୋଟ୍ ଦେବାର ଅଧିକାର ।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like