ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଶେଷରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ପୀଡ଼ିତ ପରିବାର ସହିତ ଭେଟିବାକୁ ଅନୁମତି ମିଳିଛି। ତେବେ ଯୋଜନା ମୁତାବକ ପୋଲିସ ପ୍ରଥମେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବୋର୍ଡରେ ଅଟକାଇଲା। ଅନେକ ତର୍କ ବିତର୍କ ପରେ ରାହୁଲ ଓ ପ୍ରିୟଙ୍କା ସହିତ ୫ ଜଣଙ୍କୁ ପୀଡ଼ିତ ପରିବାରକୁ ଭେଟିବା ପାଇଁ ଅନୁମତି ମିଳିଛି। ରାହୁଲ ଓ ପ୍ରିୟଙ୍କା ତାଙ୍କ ସହିତ କେବଳ ୩ ଜଣ ଦଳୀୟ କର୍ମୀଙ୍କୁ ନେଇ ଯାଇପାରିବେ। ଉତ୍ତରପ୍ରଦେଶ ସରକାର ଶନିବାର ଏହି ଅନୁମତି ଦେଇଛନ୍ତି।

ସୁଚନା ଅନୁସାରେ, ହାଥରସ ପୀଡ଼ିତାଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଓ ରାହୁଲ୍ ଦିନ ଅଢ଼େଟା ବେଳେ ଦିଲ୍ଲୀରୁ ବାହାରିଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିଜେ ଟୋୟୋଟା ଇନୋଭା ଗାଡ଼ି ଚଲାଉଥିଲେ। ରାହୁଲ ଗାନ୍ଧି ତାଙ୍କ ପାଖ ସିଟ୍‌ରେ ବସିଥିଲେ।

ତେବେ କଂଗ୍ରେସକୁ ଅଟକାଇବାକୁ ଦିଲ୍ଲୀ-ନୋଏଡ଼ା (ଡିଏନ୍‌ଡି) ଫ୍ଲାଇୱେରେ ପାଖାପାଖି ୧୦୦ ପୋଲିସ କର୍ମୀଙ୍କ ମୁତୟନ କରିଥିଲେ ୟୁପି ସରକାର। କଂଗ୍ରେସର କୌଣସି ନେତାଙ୍କୁ ଦିଲ୍ଲୀ-ନୋଏଡ଼ା ବୋର୍ଡର ପାର କରାଇ ନଦେବାକୁ ପୋଲିସଙ୍କୁ ନିର୍ଦ୍ଦେଶ ହୋଇଥିଲା।

କର୍ଯ୍ୟସୂଚୀ ଅନୁସାରେ, କଂଗ୍ରେସ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧୀ ମଣ୍ଡଳ ପୀଡ଼ିତାଙ୍କ ପାରିବାରକୁ ଭେଟି ତାଙ୍କ ଅଭିଯୋଗ ଶୁଣିବ, ଓ ପୀଡ଼ିତା ଓ ତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରିବ ଦଳ।

ଆଜି ସକାଳେ ଟ୍ୱିଟ୍ କରି ରାହୁଲ ଲେଖିଥିଲେ “ଦୁନିଆଁର କୌଣସି ଶକ୍ତି ମୋତେ ହାଥରସର ଦୁଃଖୀ ପରିବାର ସହିତ ଭେଟି ଦୁଃଖ ବାଣ୍ଟିବାରୁ ଅଟକାଇ ପାରିବନି। ” ଆଉ ଦିନ ଅଢ଼େଇଟା ବେଳେ ରାହୁଲୃ- ପ୍ରିୟଙ୍କା ପୀଡ଼ିତ ପରିବାରକୁ ଭେଟିବାକୁ ବାହିର ପଡ଼ିଛନ୍ତି।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କୁ ଗାଁରେ ପ୍ରବେଶ କରିବା ପାଇଁ ଅନୁମତି ନାହିଁ। କୌଣସି ଦଳର ନେତା ବି ବର୍ତ୍ତମାନ ପରିବାରକୁ ଭେଟି ପାରିବେ ନାହିଁ ବୋଲି ହାଥରସ ସଦର ଏଏସ୍‌ଡିଏମ୍‌ ପ୍ରେମ ପ୍ରକାଶ ମୀଣା କହିଛନ୍ତି।

ତେବେ ଏହା ପୂର୍ବରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ପୋଲିସ କର୍ମଚାରୀ ଅଟକ ରଖିଥିଲେ। ରାହୁଲଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ତାଙ୍କୁ ଧକ୍କା ଦେଇ ତଳେ ପକାଇଥିଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like