ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା କଂଗ୍ରେସର ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସମ୍ପାଦିକା ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଯୁକ୍ତି ଦେଇଛନ୍ତି। ଏହାସହ ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ।

ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଉତ୍ତର ପ୍ରଦେଶ ପଶ୍ଚିମାଞ୍ଚଳ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିଲେ। ବରିଷ୍ଠ ନେତା କେ.ସି. ଭେନୁଗୋପାଳ ପୂର୍ବ ଭଳି ଏଆଇସିସି ସାଧାରଣ ସମ୍ପାଦକ ଭାବେ କର୍ଣ୍ଣାଟକ ଦାୟିତ୍ୱରେ ରହିବେ।

ପ୍ରିୟଙ୍କା ପୂର୍ବରୁ ପରୋକ୍ଷ ରାଜନୀତିରେ ଥିଲେ। ସେ ତାଙ୍କ ମା’ ସୋନିଆ ଗାନ୍ଧି , ଭାଇ ରାହୁଲ ଗାନ୍ଧି ଓ ଦଳୀୟ ନେତାଙ୍କ ପାଇଁ ପ୍ରଚାର କରୁଥିଲେ। ବର୍ତ୍ତମାନ ସେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି।

ଅନ୍ୟପଟେ, କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ଦ୍ୱାରା ଦଳୀୟ କର୍ମୀଙ୍କ ମନୋବଳ ବଢ଼ିବ ବୋଲି ଦଳୀୟ ନେତା କହିଛନ୍ତି ।

ଅନ୍ୟପଟେ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ମିଳିଥିବା ଦାୟିତ୍ୱକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

You might also like