କଂଗ୍ରେସ ଅଧ୍ୟକ୍ଷ ପଦ ଗାନ୍ଧି ପରିବାର ହାତରୁ ଖସାଇବା ନେଇ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଦଳର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ନେତୃତ୍ୱ ବଦଳାଇବା ଦାବି ଜୋର ଧରିଥିବାବେଳେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମୁହଁ ଖୋଲିଛନ୍ତି।  ଦଳର ମଙ୍ଗ ଗାନ୍ଧି ପରିବାର ବାହାର ଲୋକ କେହି ସମ୍ଭାଳିବା ପାଇଁ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି, ଆମମାନଙ୍କ ମଧ୍ୟରୁ କେହି ଦଳର ଅଧ୍ୟକ୍ଷ ହେବ ଉଚିତ୍‌ ନୁହେଁ। ଦଳକୁ ନିଜ ରାସ୍ତା ଖୋଜି ବାହାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଲେଖକ ପ୍ରଦୀପ ଚିବ୍ବର ଏବଂ ହର୍ଷ ଶାହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଇଣ୍ଡିଆ ଟୁମରୋ’ରେ ପ୍ରିୟଙ୍କା ଏହି କଥା କହିଛନ୍ତି। ଏହି ପୁସ୍ତକ ଅଗଷ୍ଟ ୧୩ ତାରିଖ ପ୍ରକାଶ ପାଇଛି। ପୁସ୍ତକରେ ପ୍ରିୟଙ୍କା ଆହୁରି କହିଛନ୍ତି, ଦଳର ଅଧ୍ୟକ୍ଷ ଗାନ୍ଧୀ ପରିବାରର ନ ହେଲେ ବି ସେ ଆମର ନେତା ହେବେ। ଯଦି ସେ ମୋତେ କହିବେ ଯେ, ତୁମର ଆବଶ୍ୟକତା ଉତ୍ତର ପ୍ରଦେଶରେ ନାହିଁ ବରଂ ଆଣ୍ଡାମାନ ଓ ନିକୋବରରେ ଅଛି ତେବେ ମୁଁ ଖୁସିରେ ଆଣ୍ଡାମାନା ନିକୋବର ଯିବି।

ସୂଚନାଥାଉ କି, ୨୦୧୯ ଲୋକସଭା ନିର୍ବାଚନ ପରେ ଦଳ ପରାଜିତ ହେବା ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏଥିସହିତ ଦଳୀୟ ବୈଠକରେ ଅଧ୍ୟକ୍ଷ ପଦ କୌଣସି ଅଣ ଗାନ୍ଧି ପରିବାର ସଦସ୍ୟଙ୍କୁ ଦେବା ପାଇଁ ରାହୁଲ ଦାବି କରିଥିଲେ। ତେବେ ଏହି ଦାବି କାର୍ଯ୍ୟକାରୀ ହେବା ପୂର୍ବରୁ ଗତବର୍ଷ ସୋନିଆ ଗାନ୍ଧୀଙ୍କୁ ଦଳର ଦଳର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା।  ଅନ୍ୟପକ୍ଷେ ଗତ କିଛି ମାସ ମଧ୍ୟରେ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବା ନେଇ ଦାବି ଦଳ ଭିତରେ ଜୋର ଧରିଛି।

You might also like