ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି ରାଜନୀତି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସୋନଭଦ୍ରାରେ ଗୋଟିଏ ଗୋଷ୍ଠୀର ୧୦ ଜଣଙ୍କୁ ହତ୍ୟା କରାଯିବାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଜମିଜମା ଗଣ୍ଡଗୋଳରୁ ୧୦ ଜଣ ଆଦିବାସୀଙ୍କୁ ହତ୍ୟା କରାଯିବା ପରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଆଜି ମୃତକଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ପୁଲିସ୍‌ ତାଙ୍କୁ ଛାଡ଼ି ନଥିଲା।

ବାରାଣସୀ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରିୟଙ୍କା ସୋନଭଦ୍ରାରେ ପହଞ୍ଚିଥିଲେ। ହେଲେ ସୋନଭଦ୍ରା ପୋଲିସ ତାଙ୍କୁ ଗାଁକୁ ଯିବାକୁ ଦେଇନଥିଲା। ଏହାକୁ ନେଇ ପ୍ରୟିଙ୍କା ଓ ସମର୍ଥକମାନେ ଥାନାରେ ଧାରଣାରେ ବସିଥିଲେ। ସେପଟେ ରାହୁଲ ଗାନ୍ଧି ମଧ୍ୟ ପୁଲିସର ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି। ତେବେ ପ୍ରିୟଙ୍କା କେବଳ ରାଜନୀତି ପାଇଁ ସୋନଭଦ୍ରା ଆସିଥିବା କହିଛି ବିଜେପି।

ଜମି ବିବାଦକୁ ନେଇ ଆଦିବାସୀ ସଂପ୍ରଦାୟର ୧୦ ଜଣଙ୍କୁ ହତ୍ୟା ଘଟଣାକୁ ବିରୋଧୀ ତୀବ୍ର ନିନ୍ଦା କରିଛନ୍ତି। ଯୋଗୀ ସରକାରଙ୍କ ଅମଳରେ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିବା ସହ ଦଳିତ ଓ ଆଦିବାସୀଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ଥିବାବେଳେ ପୀଡ଼ିତଙ୍କ ପରିବାରକୁ ଭେଟିବାକୁ ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି କଂଗ୍ରେସ ସାଦାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି।

ପ୍ରିୟଙ୍କାଙ୍କୁ ଗିରଫ କରାଯିବାକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଗରିବ ଆଦିବାସୀ, ଯିଏକ ନିଜ ଜମିର ସୁରକ୍ଷା ପାଇଁ ଲଢ଼େଇ କରୁଥିଲେ, ତାଙ୍କ ପରିବାରକୁ ସାକ୍ଷାତ କରିବାକୁ ନ ଦେବା ଦୁର୍ଭାଗ୍ୟଜନକ ବୋଲି ରାହୁଲ କହିଛନ୍ତି। ତେବେ ପ୍ରିୟଙ୍କା ଅଟକ ରଖିବା, ଉତ୍ତରପ୍ରଦେଶ ସରକାରଙ୍କ ଅସହାୟତାର ପରିଚୟ ଦେଉଛି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି। ସେପଟେ ଘଟଣାକୁ ନେଇ କଂଗ୍ରେସ ରାଜନୀତି କରୁଥିବା କହିଛନ୍ତି ବିଜେପି ସାଂସଦ ଜଗଦମ୍ବିକା ପାଲ୍। ମୋଦି ଲହରରେ କଚାଡ଼ି ହୋଇପଡ଼ିଥିବା କଂଗ୍ରେସ ପାଦ ଠିକ୍ କରିବା ଲାଗି ଘଟଣାକୁ ରାଜନୈତିକ ଅସ୍ତ୍ର କରୁଛି ବୋଲି ପାଲ୍ କହିଛନ୍ତି

ବୁଧବାର ଦିନ ଘଟଣା ଘଟିଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରୁଛନ୍ତି। ଅଭିଯୁଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ୨୮ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଥିବାବେଳେ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା କହିଛନ୍ତି।

ଖଣିଜ ସମ୍ପଦ ଭରପୁର ସୋନଭଦ୍ରା ରାଜ୍ୟର ଶକ୍ତି କେନ୍ଦ୍ର ଭାବେ ପରିଚିତ ଥିବାବେଳେ ବୁଧବାର ଦିନ ଜମି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିଲା। ଦଖଲ ନେବାରେ ବାଧା ଉପୁଜାଇବାରୁ ଉମ୍ଭା ଗାଁର ମୁଖିଆ ଯଜ୍ଞଦତ୍ତ ନିଜ ସମର୍ଥକଙ୍କ ସହିତ ଆସି ଆଦିବାସୀ ସମ୍ପ୍ରଦାୟର ୧୦ ଜଣଙ୍କୁ ଆଖିବୁଜା ଗୁଳି କରି ହତ୍ୟା କରିଥିଲେ।

 

ଆହୁରି ପଢ଼ନ୍ତୁ

ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ…

କାଶ୍ମୀର ପ୍ରସଙ୍ଗ ଧରି ପାକିସ୍ତାନ ଯୁଆଡେ ଗଲେ ବି ଆମେ ଉଚିତ ଜବାବ ଦେବୁ-ଆକବରୁଦ୍ଦିନ

ବାରମୁଲାରେ ଗୁଳି ବିନିମୟ: ଯବାନ ସହିଦ

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

ମହିଳାଙ୍କୁ ଲାଗିଲା କିଡ୍‌ନୀରେ ଷ୍ଟୋନ୍‌ ହୋଇଛି, ଆଉ ଡାକ୍ତରଖାନାରେ ପହଞ୍ଚିବା ପରେ…

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ୍‌, ମଧ୍ୟସ୍ଥି ପାଇଁ ଇଚ୍ଛା ପ୍ରକାଶ କଲେ

ଫୋନ୍‌ ସ୍ୱିଚ୍‌ ଅଫ୍‌ କରି କୁଆଡ଼େ ଗଲେ ଚିଦାମ୍ବରମ୍‌; ଖୋଜୁଛନ୍ତି ଇଡି ଓ ସିବିଆଇ

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ; ବିଶ୍ୱକୋର୍ଟର ଦ୍ୱାରସ୍ଥ ହେବ ପାକିସ୍ତାନ

ଆଇକନିକ୍ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ଓଡ଼ିଶାର ଏହି ସ୍ଥାନ

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବଢ଼ିଲା ଶଶୀଙ୍କ ଅଡ଼ୁଆ

ଟ୍ୱିଟର୍‌ ଠାରୁ ବି ନିରାଶ ହେଲା ପାକିସ୍ତାନ; ବନ୍ଦ ହେଲା ୨୦୦ ପାକ୍‌ ଆକାଉଣ୍ଟ୍

ଗିରଫ ହୋଇପାରନ୍ତି ଚିଦାମ୍ବରମ୍

You might also like