ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟା ଅସାମ୍ବିଧାନିକ

ଲକ୍ଷ୍ନୌ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇଆସୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୮ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କହିଛନ୍ତି ଯେଉଁଭଳି ଭାବେ ଏହା ଉଚ୍ଛେଦ ହେଲା ତାହା ‘ଅସାମ୍ବିଧାନିକ’।

ଉତ୍ତରପ୍ରଦେଶର ସୋନ୍‌ଭଦ୍ରା ଗୁଳିକାଣ୍ଡରେ ମୃତ ୧୦ ଜଣ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା ସମୟରେ ପ୍ରିୟଙ୍କା କହିଛନ୍ତି, “ଯେଉଁଭଳି ଭାବେ ଏହି ପଦକ୍ଷେପ (୩୭୦ ଉଚ୍ଛେଦ) ନିଆଗଲା, ତାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ ଗଣତନ୍ତ୍ର ବିରୋଧୀ। ଏଥିରେ କିଛି ନିୟମ ପାଳନ କରିବାର ଥିଲା, ଯାହା କରାଯାଇନାହିଁ।”

ଏହା ପୂର୍ବରୁ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଥିଲେ, ଗୋଟିଏ ରାଜ୍ୟକୁ ଦୁଇ ଖଣ୍ଡ କରିବା ଦ୍ୱାରା ଦେଶର ଅଖଣ୍ଡତା କ୍ଷୁଣ୍ଣ ହୋଇଛି। ସେ କହିଥିଲେ ଦେଶ ଏହାର ନାଗରିକଙ୍କୁ ନେଇ ଗଢ଼ା ଯାଇଥାଏ, ଜମି ବା କ୍ଷେତ୍ର ଦ୍ୱାରା ନୁହେଁ।

ଆହୁରି ପଢ଼ନ୍ତୁ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର; ୨୮ ଜଣଙ୍କ ମୃତ୍ୟୁ

ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଗୋଆ ସ୍ୱାଧୀନତା ଫେରି ପାଇବାରେ ବିଳମ୍ବ ହେଲା-ଶିବରାଜ

ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ସ୍ୱାଭାବିକ ହେଉଛି ଜମ୍ମୁ କଶ୍ମୀର: ଖୋଲିଲା ସ୍କୁଲ, କଲେଜ ଓ ଅଫିସ

ବସ୍‌-କଣ୍ଟେନର ଧକ୍କା: ୧୧ ମୃତ

ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

ବନ୍ଦୀ ମେହବୁବା ଓ ଓମାର ଅବଦୁଲ୍ଲାଙ୍କ ଦିନ ଏବେ କଟୁଛି କେମିତି, ଜାଣନ୍ତୁ

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଆତଙ୍କବାଦ ବିରୋଧରେ ପାକିସ୍ତାନର ଏଫଆଇଆର୍ ନକଲି ଓ ଦୁର୍ବଳ

ପାକିସ୍ତାନର ଅପପ୍ରଚାରକୁ ଉଚିତ୍‌ ଜବାବ ଦେଉଛନ୍ତି ଜମ୍ମୁ-କାଶ୍ମୀରର ଦୁଇ ପୁଲିସ ଅଫିସର

You might also like