ମଥାରେ ଟୋକେଇ ଲଗାଇ ଚା ବଗିଚାରେ ଚା ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଆସାମର ଚା ବଗିଚାରେ ମହିଳା ଶ୍ରମିକଙ୍କୁ ଭେଟି ଭଲମନ୍ଦ ବୁଝିଲେ କଂଗ୍ରେସ ସାଧାରଣ ସମ୍ପାଦିକା

ଦିଶପୁର: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ୍‌ । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଦଳକୁ ବଳ ଯୋଗାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆସାମରେ କଂଗ୍ରେସର ବିଜୟ ଧ୍ୱଜା ଉଡ଼ାଇ‍ବା ପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆସାମ ଗସ୍ତର ଆଜି ତାଙ୍କର ଦ୍ୱିତୀୟ ଦିନ।

ମିଶନ ଆସାମ ପାଇଁ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି ପ୍ରିୟଙ୍କା ଗାନ୍ଧୀ। ଜନତାଙ୍କ ନିକଟତର ହେବାକୁ ତାଙ୍କର ପ୍ରୟାସ ଜାରି ରହିଛି। ସାଧାରଣ ଲୋକଙ୍କୁ ଭେଟିବା ସହ ସମସ୍ତଙ୍କ  ଭଲମନ୍ଦ ମଧ୍ୟ ବୁଝୁଛନ୍ତି। ମଙ୍ଗଳାବର ଦିନ ଆସାମର ତେଜପୁରରେ ପ୍ରିୟଙ୍କା ଗାନ୍ଧୀ ଏକ ବଡ଼ ଜନସଭାକୁ ସମ୍ବୋଧିତ କରିବେ। ତେବେ ନିର୍ବାଚନୀ ସଭାରେ ଯୋଗଦେବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଚା ବଗିଚାର ମହିଳା ମଜୁରିଆଙ୍କୁ ଭେଟିଛନ୍ତି। ଏଠାରେ ବି ତାଙ୍କର ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ମୁଣ୍ଡରେ ଟୋକେଇ ଧରି ଚା ପତ୍ର ତୋଳୁଥିବାର ନଜର ଆସିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ।

ଆସମା ପାଇଁ ଚା ବଗିଚା ମୁଦ୍ଦା ସବୁଠାରୁ ବଡ଼। ସବୁ ନିର୍ବାଚନ ସମୟରେ ଆସାମ ଚା’ ବଗିଚା ଓ ଶ୍ରମିକ ପ୍ରସଙ୍ଗ ଉଠିଥାଏ। ଆଉ ଆଗକୁ ନିର୍ବାଚନ ଥିବା ବେଳେ ଲୋକଙ୍କ ମନ ଜିଣିବା ପାଇଁ ଏଠାରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ତେବେ ମହିଳା ମଜୁରିଆଙ୍କୁ ଭେଟିବା ପରେ ସେ ଏକ ଟ୍ୱିଟ କରିଛନ୍ତି। ଆସାମର ବହୁରଙ୍ଗୀ ସଂସ୍କୃତି ଓ ଆସମାର ଶକ୍ତି ସମ୍ବନ୍ଧରେ ଏଥିରେ ଉଲ୍ଲେଖ କରିଛନ୍ତି। ଆସାମ ଯାତ୍ରା ସମୟରେ ଲୋକଙ୍କୁ ଭେଟି ଅନେକ କିଛି ଅନୁଭବ ହେଉଛି। ଏହି ବହୁରଙ୍ଗୀ ସଂସ୍କୃତିକୁ ବଞ୍ଚାଇବା ପାଇଁ  ଆସାମ ଲୋକଙ୍କ ସହ ସବୁବେଳେ ଦେଶର ସର୍ବ ପ୍ରାଚୀନ ଦଳ କଂଗ୍ରେସ  ରହିଛି ବୋଲି ସେ କହିଛନ୍ତି।

ମଙ୍ଗଳବାର ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟକ୍ରମ ସୂଚୀ

  • ଚା ବଗିଚାରେ ମହିଳା ମଜୁରିଆଙ୍କ ସହ ଆଲୋଚନା
  • ତା’ପରେ ତେଜପୁର ମହାଭୈରବ ମନ୍ଦିର ଦର୍ଶନ
  • ଦର୍ଶନ ସାରି ତେଜପୁରରେ ନିର୍ବାଚନୀ ସଭାର ଯୋଗଦେବ ପ୍ରିୟଙ୍କା

ସୂଚନାଯୋଗ୍ୟ ଗତ କିଛି ଦିନ ଧରି ପ୍ରିୟଙ୍କା ଗାନ୍ଧୀ ଆସାମ ଗସ୍ତରେ ଅଛନ୍ତି। ସର୍ବପ୍ରଥମେ ସେ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିର୍ବା‌ଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। । ଆସାମ୍‌ରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସହ ପ୍ରିୟଙ୍କା ଆଦିବାସୀ ଯୁବତୀମାନଙ୍କ ସହ ଝୁମର ନୃତ୍ୟ କରିଥିଲେ।  ଏହାସହ ସେଠାରେ କେନ୍ଦ୍ର ସରକାରଙ୍କୁ ଟର୍ଗେଟ କରିଥିଲେ।

ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଆସାମରେ ପ୍ରଚାର ଦାୟିତ୍ୱ ସମ୍ମାଳୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦକ୍ଷିଣାରେ ରାଜ୍ୟରେ ଲଗାତାର ପ୍ରଚାର କରୁଛନ୍ତି।  ରାହୁଲ ଗତକାଲି ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାରେ ସେଣ୍ଟ୍‌ ଜୋସେଫ୍‌ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ବ୍ୟାୟାମ କରି ଫିଟନେସ୍‌ ଦକ୍ଷତା ଦେଖାଇଥିଲେ। ଜଣେ ଛାତ୍ରୀଙ୍କ ଅନୁରୋଧ କ୍ରମେ ରାହୁଲ ତାଙ୍କ ଗୀତରେ ନାଚିଥିଲେ ମଧ୍ୟ । ଅନ୍ୟ ଜଣେ ସ୍କୁଲ୍‌ ଛାତ୍ରୀ ରାହୁଲଙ୍କୁ ୧୫ ଥର ପୁସ୍‌ ଅପ୍‌ କରିବାପାଇଁ ଚ୍ୟାଲେଂଜ କରିଥିଲେ। ଅଆଉ ଚ୍ୟାଲଆଞ୍ଜ ଗ୍ରହଣ କରି ୧୫ ଥର ପୁସ‌ଅପ୍ କରି ଏହି ଚ୍ୟାଲେଂଜକୁ ଗ୍ରହଣ କରିଥିଲେ। ତାମିଲନାଡ଼ୁ ପରେ ରାହୁଲ ଗାନ୍ଧୀ ଆସାମ ଆସି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

You might also like