ଜିଓରେ ୧୧,୩୬୭ ଟଙ୍କା ନିବେଶ କରିବ ଆଉ ଏକ ଆମେରିକୀୟ କମ୍ପାନୀ

ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏବଂ ଜିଓ ଡିଜିଟାଲ ପ୍ଲାଟଫର୍ମ ଲିମିଟେଡରେ ପୁଞ୍ଜି ନିବେଶ କରିବ ଆମେରିକୀୟ କମ୍ପାନୀ ଭିସ୍ତା। ଫେସବୁକ୍‌ ଏବଂ ସିଲଭର ଲେକ ପରେ ଆମେରିକାର ପ୍ରାଇଭେଟ ଇକ୍ୱିଟି କମ୍ପାନୀ ଭିସ୍ତା(Vista) ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟ ଟଙ୍କା ନିବେଶ କରିବ। ଜିଓ ତଥା ରିଲାଏନ୍ସ ପକ୍ଷରୁ ଗୁରୁବାର ଏ ନେଇ ଘୋଷଣା କରାଯାଇଛି। ଭିସ୍ତାର ଏହି ପୁଞ୍ଜିନିବେଶ କରି ଜିଓ ପ୍ଲାଟଫର୍ମରେ ତାର ୨.୩୨ ଶେୟାର କିଣିବ।

ଜିଓ ପ୍ଲାଟଫର୍ମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତଥା ଫେସବୁକ ପରେ ଭିସ୍ତା ହେଉଛି ବଡ ନିବେଷକ। ସୂଚନାଥାଉ କି, ତିନି ସପ୍ତାହରୁ କମ୍‌ ସମୟ ମଧ୍ୟରେ ୬୦, ୫୯୬.୩୭ କୋଟି ନିବେଶ ସଂଗ୍ରହ କରିସାରିଲାଣି।

ଏପ୍ରିଲ ୨୨ରେ ଫେସବୁକ ଜିଓ ପ୍ଲାଟଫର୍ମରେ ୪୩,୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଥିଲା। ଏହି ଅର୍ଥ ବଳରେ ଫେସବୁକ ଜିଓର ୯.୯୯% ଶେୟାର କିଣିବ। ସେହିପରି ମେ’ ୪ରେ ଆଉ ଏକ ଆମେରିକୀୟ କମ୍ପାନୀ ସିଲଭର ଲେକ ୫,୬୫୬ କୋଟି ଟଙ୍କା ପୁଞ୍ଜି ନିବେଶ ସମ୍ପର୍କରେ ଘୋଷଣା କରିଥିଲା।

ଏହି ଡିଲ ପାଇଁ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭିସ୍ତାକୁ ଧନ୍ୟବାଦ ଜଣାଇଛନ୍ତି।

You might also like