‘ନଭେମ୍ବର ଯାଏ ମାଗଣାରେ ମିଳିବ ଚାଉଳ/ଗହମ’

ନୂଆଦିଲ୍ଲୀ:କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬ଷ୍ଠଥର ପାଇଁ ଦେଶବାସୀଙ୍କୁ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। କରୋନା ମୁକାବିଲା ସମନ୍ଧିତ ସୂଚନା ଦେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- କରୋନା ସହ ଲଢେଇ କରି କରି ଆମେ ଅନଲକ୍‌-୨ରେ ପ୍ରବେଶ କଲୁଣି। ଏଥି ସହ ଆମେ ସର୍ଦ୍ଦି ମୌସୁମୀରେ ମଧ୍ୟ ପ୍ରବେଶ କଲୁଣି। ତେଣୁ ସମସ୍ତଙ୍କୁ ନିଜ ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଥିଲେ ମୋଦି।

କରୋନା ମୃତ୍ୟୁ ସଂଖ୍ୟା ତୁଳନା କରିଲେ ଆମର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିପାରିବା। ଠିକ୍‌ ସମୟରେ ହୋଇଥିବା ଲକ୍‌ଡାଉନ ଯୋଗୁ ଆମେ ପରିସ୍ଥିତିକୁ ସମ୍ଭାଳି ପାରିଛେ।

ହେଲେ ଯେବେଠାରୁ ଦେଶରେ ଅନଲକ୍‌-୧ ହୋଇଛି, ସେବେଠାରୁ ସଚେତନତାର ଅଭାବ ଦେଖା ଦେଇଛି। ପ୍ରଥମେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧଇବା ସବୁଥିରେ ଆମେ ସତର୍କ ଥିଲେ। ହେଲେ ଏବେ ଆମ ପାଖରେ ସେତିକି ସଚେତନତା ନାହିଁ। ଏହା ଏବେ ଚିନ୍ତାର ବିଷୟ ହୋଇଛି। କିନ୍ତୁ ଆମକୁ ଏବେ ପୂର୍ବ ଅପେକ୍ଷା ଅଧିକ ସଚେତନ ହେବାକୁ ପଡ଼ିବ। 

ବିଶେଷକରି କଣ୍ଟେନମେଣ୍ଟ ଜୋନ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଥିଲେ ମୋଦି।

ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ,  ଲକ୍‌ଡାଉନ ସମୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ରହିଛି ପ୍ରତ୍ୟେକ ଗରିବଙ୍କ ଘରେ ଯେପରି ଚୁଲି ଜଳିବ। କେନ୍ଦ୍ର ସରକାର, ରାଜ୍ୟ ସରକାର, ସୋସିଆଲ ଅର୍ଗାନାଇଜେସନ ସମସ୍ତେ ଏଥିପାଇଁ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି।

ଏଇ ଅବସରରେ ଦେଶବାସୀଙ୍କୁ ମୋଦି ଗରିବ କଲ୍ୟାଣ ଯୋଜନା ଭେଟି ଦେଇଥିଲେ। ଦେଶବାସୀଙ୍କୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ- ବର୍ଷା ଋତୁରେ ପର୍ବପର୍ବାଣି ଆସୁଛି। ଖର୍ଚ୍ଚ ବି ବଢ଼ିବ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଯାଏ ଚାଲିବ। ୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ଚାଉଳ/ଗହମ ମିଳିବ।  ପରିବାରର ପ୍ରତି ମୁଣ୍ଡପିଛା ମାସକୁ ୫ କେଜି ଚାଉଳ କିମ୍ବା ଗହମ ମିଳିବ । ଏଥିସହିତ ପ୍ରତି ପରିବାରକୁ ଏକ କିଲ ଚଣାଡାଲି  ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଏଥିପାଇଁ ଅତିରିକ୍ତ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମୋଟ ଉପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏଥସହିତ ମୋଦି ଚାଷୀ ଓ ଟିକସଦାତାକୁ ଧନ୍ୟବାଦ ଦେଇ କହିଥିଲେ, ଚାଷୀ ଓ ଟିକସଦାତାଙ୍କ ପାଇଁ ଗରିବଙ୍କୁ ଅନ୍ନ ଦିଆଯାଇ ପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ ହଜାର ଜନଧନ ଆକାଉଣ୍ଟକୁ ୩୧ ହଜାର କୋଟି ଟଙ୍କା ଯାଇଛି। ସରକାର ସର୍ବଦା ଗରିବଙ୍କ ପାଇଁ କାମ କରୁଛନ୍ତି। ଏଥିପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମୋଦି କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like