ନୂଆ ସଂସଦର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦେଶ ଦେଖିବ ନୂଆ ସଂସଦ ।  ସୃଷ୍ଟି ହୋଇଛି ନୂଆ ଇତିହାସ । ଗଣତନ୍ତ୍ରର ସବୋର୍ଚ୍ଚ ମନ୍ଦିରକୁ ମିଳିବ ନୂଆ ରୂପ, ନିଆରା ପରିଚୟ । ନୂଆ ସଂସଦ ଭବନ ପାଇଁ ଆଜି ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୁଣା କୋଠାର ମାତ୍ର କିଛି ମିଟର୍ ଦୂରରେ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ପୂରା ରୀତି ନୀତି ଅନୁସାରେ ଆଜି ଭୂମିପୂଜନ କରାଯାଇଛି ।

ଏହାପରେ ସର୍ବଧର୍ମ ପୂଜା ବି ହୋଇଛି । ଯେଉଁଠି ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ମୁସଲମାନ୍, ଖ୍ରୀଷ୍ଟ ଭଳି ଧର୍ମ ଗୁରୁ ଉପସ୍ଥିତ ଥିଲେ । ସବୁ ଧର୍ମର ଶ୍ଲୋକ, ପାଠରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଏଠି ନଜର ଆସିଥିଲା ଭାରତର ଏକତା, ଭାତୃତ୍ୱ ଓ ଧର୍ମ ନିରପକ୍ଷତାର ଝଲକ ।

ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।  କିଛି ମିତ୍ର ରାଷ୍ଟ୍ରର ପ୍ରତିନିଧି, ହାଇକମିଶନରଙ୍କ ସମେତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ରତନ ଟାଟା ।

You might also like