କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

ଡେରାଡୁନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନ୍‌ଫରେନ୍ସରେ ମଙ୍ଗଳବାର ୬ଟି ବଡ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବରସରେ ମୋଦି କୃଷି ବିଲ୍‌କୁ ବିରୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଲ୍‌ ଯୋଗୁ ଦେଶର କୃଷକ, ଶ୍ରମିକଙ୍କ ସମସ୍ୟାରେ ସୁଧାର ଆସିବ। ଏହି ସୁଧାର ଯୋଗୁ ଦେଶର ଶ୍ରମିକ ସଶକ୍ତ ହେବ, ଚାଷୀ ସଶକ୍ତ ହେବେ। ଯୁବଗୋଷ୍ଠୀ ଓ ମହିଳାମାନେ ବି ସଶକ୍ତ ହେବେ। ହେଲେ ଏବେ ଦେଖିବାକୁ ମିଳିଛି, କିଛି ଲୋକ ବିରୋଧ କରିବା ବାହାନାରେ ଏହି ବିଲ୍‌କୁ ବିରୋଧ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି କେନ୍ଦ୍ର ଯେତେବେଳେ ଚାଷୀମାନଙ୍କୁ ସେମାନଙ୍କ ଅଧିକାର ଦେଉଛି ସେତେବେଳେ ବି ଏମାନେ ବିରୋଧ କରୁଛନ୍ତି। ବିରୋଧୀମାନେ ଚାହୁଁଛନ୍ତି, ଦେଶର ଚାଷୀ ଖୋଲା ବଜାରରେ ନିଜର ଉତ୍ପାଦ ନ ବିକନ୍ତୁ। ଯେଉଁ ଜିନିଷକୁ, ଯେଉଁ ଉପକରଣରକୁ ଚାଷୀ ପୂଜା କରେ, ବିରୋଧୀମାନେ ଶେଷରେ ସେଥିରେ ନିଆଁ ଲଗାଇ ଚାଷୀଙ୍କୁ ଅପମାନିତ କରିଛନ୍ତି।

ପିଏମ ମୋଦି କହିଛନ୍ତି, ବିରୋଧୀମାନେ ଡିଜିଟାଲ ଭାରତ, ଧନଜନ ଯୋଜନାଠାରୁ ଆରମ୍ଭ କରି ରାମମନ୍ଦିର ଭୂମି ପୂଜନ ପ୍ରକ୍ରିୟାକୁ ଏହି ବିରୋଧୀମାନେ ବିରୋଧ କରି ଆସୁଛନ୍ତି। କେବଳ ବିରୋଧ ପାଇଁ ବିରୋଧ କରୁଥିବା ଏହି ଲୋକ ଏବେ ନିଜର ପ୍ରାସଙ୍ଗିକତା ହରାଇଲେଣି ବୋଲି କହିଛନ୍ତି ମୋଦି।

 

 

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like