ଅଧିକ ଶକ୍ତିଶାଳୀ ହେଲା ସେନା: ଭାରତୀୟ ସେନାକୁ ଯୁଦ୍ଧ କମାଣ ‘ଅର୍ଜୁନ’ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ
ଚେନ୍ନାଇ: ଆହୁରି ଭାରତୀୟ ସେନାବାହିନୀକୁ ‘ଅର୍ଜୁନ ମେନ୍ ବ୍ୟାଟଲ୍ ଟ୍ୟାଙ୍କ୍’ ହସ୍ତାନ୍ତର। ତାମିଲନାଡୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ସେନା ମୁଖ୍ୟ ଏମ ନରୱାଣେଙ୍କୁ ଅର୍ଜୁନ ଯୁଦ୍ଧ କମାଣ ଟ୍ୟାଙ୍କ (MK-1A) ପ୍ରଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପୂର୍ବରୁ ମେଗା ଶୋରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଚେନ୍ନାଇରେ ପ୍ରଧାନମନ୍ତ୍ରୀ ଅର୍ଜୁନ୍ ଯୁଦ୍ଧ ଟ୍ୟାଙ୍କ MK-1Aକୁ ଭାରତୀୟ ସେନାକୁ ଅର୍ପଣ କରାଯାଇଛି। ଆଜି ବିଧିବଦ୍ଧ ଭାବେ MK-1A ସେନାରେ ସାମିଲ ହୋଇଛି। ଏହି ଟ୍ୟାଙ୍କ୍ ଚେନ୍ନାଇ କମ୍ବାଟ୍ ଭେହିକିଲ୍ ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଏବଂ ୧୫ଟି ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ମାଣ କରାଯାଇଛି। ସେନାବାହିନୀ ଏଭଳି ୧୧୮ଟି ଟ୍ୟାଙ୍କ୍ କିଣିବାକୁ ବରାଦ ଦେଇଛି। ଶତ୍ରୁ ପକ୍ଷକୁ ମାତ୍ ଦେବା ସହ ସମସ୍ତ ପ୍ରତକୂଳ ପରିସ୍ଥିତିର ସାମ୍ନା କରିପାରିବ MK-1A।
One of the two defence corridors is in Tamil Nadu. It has already received an investment commitment of over Rs 8100 cr. Today, I am proud to dedicate to the nation the indigenously designed and manufactured Arjun Main Battle Tank (MK-1A): PM Modi pic.twitter.com/pAWPSVfN0X
— ANI (@ANI) February 14, 2021
ଅର୍ଜୁନ ଟ୍ୟାଙ୍କକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱେଦେଶୀ ରୂପରେ ଡିଜାଇନ୍ ହୋଇଥିବା ଅର୍ଜୁନ ମେନ୍ ବ୍ୟାଟଲ୍ ଟ୍ୟାଙ୍କ ପ୍ରଦାନ କରିବା ସମୟରେ ଗର୍ବ ଅନୁଭବ ହେଉଛି। ଏଥରେ ସ୍ୱଦେଶୀ ଗୋଳାବାରୁଦର ବ୍ୟବହାର କରାଯାଇପାରି। ତାମିଲନାଡ଼ୁ ପୂର୍ବରୁ ଅଟୋମୋବାଇଲ୍ ଉତ୍ପାଦନ ହବ୍ ଅଟେ। ବର୍ତ୍ତମାନ ତାମିଲନାଡୁକୁ ଭାରତର ଏକ ଟ୍ୟାଙ୍କ ଉତ୍ପାଦନ ହବ୍ ଭାବରେ ବିକଶିତ ହେଉ ବୋଲି ଦେଖିବାକୁ ଚାହୁଁଛି।
ସେହିଭଳି ମୋଦି ଆଜି ମେଟ୍ରୋ ଟ୍ରେନରେ ପେଜ୍ ଓ୍ବାନ୍ ସଂପ୍ରସାରଣ, ଚେନ୍ନାଇ ଭିଲୁପୁରମରୁ ଥିରୁଭେରୁ ଯାଏଁ ବିଦ୍ୟୁତୀକରଣ କାର୍ଯ୍ୟ ସମେତ ଏକାଧିକ ଉନ୍ନୟନମୂଳକ ଯୋଜନାର ଉଦଘାଟନ ହୋଇଛି। ଏହାପରେ ମୋଦି କୋଚି ଗସ୍ତ କରି ପେଟ୍ରୋ କେମିକାଲ୍ କପ୍ଲେକ୍ସର ଉଦଘାଟନ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ସହରରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Tamil Nadu is already a leading automobile manufacturing hub of India. Now, I see, Tamil Nadu evolving as the tank manufacturing hub of India: PM Modi pic.twitter.com/axAle7OaxO
— ANI (@ANI) February 14, 2021