କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ‌ର ଦାମ ୧୦ ଲକ୍ଷ!

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ବେଆଇନ ଭାବେ ଇଣ୍ଟରନେଟରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ କରାଯାଇଛି। କରୋନାର ଚିକିତ୍ସା ଓ ଭ୍ୟାକ୍ସିନ୍‌ ତିଆରି କରିବାକୁ ନେଇ, ରୋଗୀଙ୍କ ରକ୍ତଙ୍କୁ ଲୁଚାଇ ବିକ୍ରି କରାଯାଉଛି। ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି (ANU) ରିପୋର୍ଟରେ, ଏହି ତଥ୍ୟକୁ ଖୁଲାସା କରିଛି। ଚୋରାରେ ବିକ୍ରି କରୁଥିବା ଲୋକମାନେ ବିଭିନ୍ନ ଦେଶରେ ରହି ଏହାକୁ ସଂଗ୍ରହ କରି ବିଦେଶକୁ ଡେଲିଭରି କରୁଛନ୍ତି।

କରୋନା ରୋଗୀଙ୍କ ରକ୍ତ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ଏକ ଲିଟର ରକ୍ତର ମୂଲ୍ୟ ୧୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି।

ତେବେ ରକ୍ତ ସହିତ ପିପିଇ, ମାସ୍କ, ଟେଷ୍ଟ କିଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବେଆଇନ ଭାବେ ବିକ୍ରି କରାଯାଉଛି। ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭରସିଟିର ଏକ ରିପୋର୍ଟ ଅନୁଯାୟୀ ଅତି କମ୍‌ରେ ୧୨ଟି ଚୋରା ବଜାରରେ ଏହାକୁ ବିକ୍ରି କରାଯାଉଛି।

ଚୋରାବଜାରେ ଦାବି ହେଉଛି ଯେ ସାରା ବିଶ୍ୱରେ କରୋନା ଚିକିତ୍ସା କରୁଥିବା ଡାକ୍ତରଙ୍କ ମାଧ୍ୟମରେ ପିପିଏ ଏବଂ ଅନ୍ୟାନ୍ୟ ଜିନିଷ ହାସଲ କରାଯାଉଛି। ବିକ୍ରେତାମାନେ ମଧ୍ୟ ବିଭିନ୍ନ ଦେଶରେ ଏହି ସାମଗ୍ରୀକୁ ଡେଲିଭରି କରିବା ନେଇ ପ୍ରସ୍ତୁତ ରହିଛନ୍ତି। ଏହିସବୁ ଜିନିଷଗୁଡିକ ୟୁରୋପ, ବ୍ରିଟେନ ଓ ଅଷ୍ଟ୍ରେଲିଆରୁ ଉପଲବ୍ଧ ଥିବାବେଳେ ଅଧିକାଂଶ ଆମେରିକାରୁ ଆସିଥିଲା।

କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମା ମାଧ୍ୟମରେ ଅନ୍ୟ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ କିଛି ରିପୋର୍ଟ ସାମ୍ନାକୁ ଆସିଛି। କିନ୍ତୁ ପ୍ଲାଜ୍‌ମା ଥେରାପିର ବିପଦ ରହିଛି।

ଗବେଷକ ରୋଡ୍ ବ୍ରଡହର୍ଷ୍ଟ କହିଛନ୍ତି ଯେ ମହାମାରୀ ସମୟରେ କିଛି ଲୋକ ଅପରାଧିକ ଭାବରେ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ଏହା ଅଧିକ ବୃଦ୍ଧି ପାଇବ। ତେଣୁ ଏହାକୁ ବନ୍ଦ କରିବା ପାଇଁ କଠୋର ମନିଟରିଂ କରିବା ଆବଶ୍ୟକ।

ରୋଡ୍ ବ୍ରଡହର୍ଷ୍ଟ କହିଛନ୍ତି- ଚୋରାବଜାରରେ ଲୋକଙ୍କୁ ଅସୁରକ୍ଷିତ ଟିକା ଏବଂ ଆଣ୍ଟିଭାଇରାଲ୍ ଔଷଧ ମଧ୍ୟ ବିକ୍ରି ହେଉଛି। ବଜାରରେ ପିପିଇ କିଟ୍‌(PPE) ଅଭାବ ଥିବାରୁ ଏହାକୁ ମଧ୍ୟ ଅଧିକ ପରିମାଣରେ ବିକ୍ରି କରାଯାଉଛି। ଏଥି ସହିତ ଅଷ୍ଟ୍ରେଲିୟା ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରାଇମିନୋଲୋଜିର ଡେପୁଟି ଡାଇରେକ୍ଟର ରିକ୍ ବ୍ରାଉନ୍ କହିଛନ୍ତି ଯେ ଏହି ଜିନିଷ ବିକ୍ରି ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like