‘ତିତ୍‌ଲି’ ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବାତ୍ୟା ‘ତିତ୍‌ଲି’କୁ ନେଇ ସମ୍ବେଦନା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ବିଶେଷ କରି ସେ ଛୋଟ ପିଲାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରଶାସନ ଲୋକଙ୍କୁ ସାହାଯ୍ୟ କରିବା ସହ ତତ୍ପରତା ପ୍ରକାଶ କରିବାକୁ କହିଛନ୍ତି। ସେହିପରି ପୂରା ଦେଶ ପ୍ରଭାବିତଙ୍କ ସହ ଥିବା କଥା ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ।

 

You might also like
Comments
Loading...