ଡାକ୍ତରୀ ଟେଷ୍ଟ କରାଇବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରୀ ପରୀକ୍ଷା କରାଇବେ। ନିର୍ଦ୍ଧାରିତ ଗାଇଡ୍ଲାଇନ୍ ଅନୁଯାୟୀ ଏହି ଡାକ୍ତରୀ ପରୀକ୍ଷା କରାଯିବ।
ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ଆକ୍ରାନ୍ତ କଣ୍ଠଶିଳ୍ପୀ କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ଦୂଷ୍ୟନ୍ତ ସିଂହ ରାଷ୍ଟ୍ରପତି ଭବନ ଯାଇଥିଲେ। କନିକା କରୋନା ଆକ୍ରାନ୍ତ ହୋଇଥିବା ବାବଦରେ ଜଣାପଡ଼ିବା ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ତତ୍ପରତା ପ୍ରକାଶ ପାଇଛି।
ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି, ରାଷ୍ଟ୍ରପତିଙ୍କ ସହ ଜଳଖିଆରେ ଯୋଗଦେଇଥିବା ସାଂସଦମାନେ ଥର୍ମାଲ ଚେକିଂ ପରେ ଯାଇ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ। ପ୍ରଟୋକଲ୍ ଅନୁଯାୟୀ, ଏକ ଡାକ୍ତରୀ ଟିମ୍ ଉପସ୍ଥିତ ରହି ଡାକ୍ତରୀ ପରୀକ୍ଷା ମଧ୍ୟ କରିଥିଲେ।