ରାଷ୍ଟ୍ରପତିଙ୍କର ହେବ ବାଇପାସ୍‌ ସର୍ଜରୀ; ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ । ସକାଳେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି। ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଏହି ଅସ୍ତ୍ରୋପଚାର ହେବ।

ଗତ ୨୬ ତାରିଖରେ ରାଷ୍ଟ୍ରପତି ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ପରେ ଅଧିକ ଚିକିତ୍ସା ପାଇଁ ପରଦିନ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନର ନିରୀକ୍ଷଣ ପରେ ବାଇପାସ୍ ସର୍ଜରୀ କରିବା ଲାଗି ଏମ୍ସ ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର ଅଛି। ବିଶେଷଜ୍ଞଙ୍କ ଦାୟିତ୍ୱରେ ତାଙ୍କର ଚିକିତ୍ସା କରାଯାଉଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି।

ଏଠି କହି ରଖିବୁ, ରାଷ୍ଟ୍ରପତି ହସ୍‌ପିଟାଲରେ ଭର୍ତ୍ତି ହେବାର ପରଦିନଠାରୁ ନିଜ ଡିଉଟି କରୁଛନ୍ତି। ଏପରିକି ସେ ହସ୍‌ପିଟାଲରରୁ ଦିଲ୍ଲୀ ବିଲ୍‌କୁ ପାସ ପାଇଁ ନିଜର ସହମତି ପ୍ରଦାନ କରିଥିଲେ।

You might also like