ଭୋଟ୍‌ ଦେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି।

ତେବେ ଏଥିରେ ଦେଶର ପ୍ରଥମ ନାଗରିକ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୋଟ୍ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତଥା ଦେଳର ଫାଷ୍ଟ ଲେଡି ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସାଧାରଣ ଭୋଟରଙ୍କ ଭଳି ରାଷ୍ଟ୍ରପତି ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ।

 

You might also like